ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ : କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0 96

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଲଘୁଚାପଜନିତ ବର୍ଷା ଓ ତତ୍‌ଜନୀତ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ଏ ନେଇ ଜିଲ୍ଲାପାଳମାନେ ଖୁବଶୀଘ୍ର କ୍ଷୟକ୍ଷତିର ଆକାଳନ କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ତିନି ଦିନରେ ମାଲକାନାଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି । କିଛି କିଛି ଖାଲୁଆ ଅଂଚଳରେ ପାଣି ଜମି ରହିଛି । ଏବେ ସ୍ଥିତି ପ୍ରାୟ ସ୍ୱାଭାବିକ ଅଛି । ତେବେ ଆସନ୍ତା ୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ଆସିବାର ଥିବାରୁ ଏହାପ୍ରତି ସତର୍କ ରହିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଲଘୁଚାପ ଉତ୍ତର-ପଶ୍ଚିମ ମୁହାଁ ହୋଇ ଏବେ ଉତ୍ତର ଛତିଶଗଡ ଉପରେ ରହିଛି । ତେଣୁ ଏହା ଦୁର୍ବଳ ହୋଇଯିବା ପରେ ବର୍ଷାର ସମ୍ଭାବନା କମିଛି । ତେବେ ୧୯ ତାରିଖରେ ଅନ୍ୟ ଏକ ଲଘୁଚାପର ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ଏବେ ଉତ୍ତର ବଙ୍ଗୋପସାଗର ଉପରେ ଦାନ ବାନ୍ଧୁଥିବା ସୂଚନା ମିଳିଥିବାରୁ ତଳିଆ ଅଂଚଳରେ ଅଧିକ ବର୍ଷା ହେଲେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଏସ୍‌ଆର୍‌ସି ସରକାର ଏଥିପ୍ରତି ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡୀ ମଧ୍ୟ ଲଘୁଚାପଜନିତ ଲଗାଣ ବର୍ଷା ପରେ ଦେଖାଦେଇଥିବା ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲାପାଳମାନଙ୍କଠାରୁ ମାଗିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ବନ୍ୟା ପ୍ରପୀଡିତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।

hiranchal ad1
Leave A Reply

Your email address will not be published.

16 + twelve =