ନେହେରୁ ଯୁବକେନ୍ଦ୍ର ତରଫରୁ ବିଭିନ୍ନ ପ୍ରତିଯୋଗିତା

0 127

ଘୁ. ଉଦୟଗିରି,୯/୧୧- ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟଠାରେ ନେହେରୁ ଯୁବକେନ୍ଦ୍ର ତରଫରୁ ସବକେ ସାଥ ସବକା ବିକାଶ, ସବକା ବିଶ୍ୱାସ ଔର ସବକା ପ୍ରୟାସ କାର୍ଯ୍ୟକ୍ରମ ମାଧ୍ୟମରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେର ମୁଖ୍ୟଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଯୋଗଦେଇଥିଲେ । ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏହି ସବକେ ସାଥ, ସବକା ବିକାଶ, ସବକା ବିଶ୍ୱାସ ଔର ସବକା ପ୍ରୟାସ ବିଷୟରେ ବକୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସେମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ବକୃତା ପ୍ରତିଯୋଗିତାରେ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରତିଯୋଗିତା କରାଯାଇଥିଲା । ଅଶ୍ୱିନୀ କୁମାର ପ୍ରଧାନ ତୃତୀୟ ସ୍ଥାନ, ବିଭୂଷଣ ପ୍ରଧାନ ଦ୍ୱିତୀୟ, ଓ ଜିନେଶା ନାଗ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରତ୍ୟେକ ସମସ୍ତଙ୍କ ସହିତ, ସମସ୍ତଙ୍କ ବିଶ୍ୱାସରେ ସମସ୍ତଙ୍କର ବିକାଶ କଥା ଚିନ୍ତା କରିବା ଏହା ଏକ ପ୍ରୟାସ । କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଶ୍ରୀ ତପନ ଚନ୍ଦ୍ର ନାୟକ ଓ ଇଂରାଜୀ ଅଧ୍ୟାପିକା ଶ୍ୱେତଲାନା ତିର୍କୀ ଜଜ୍‌ ରହିଥିବା ବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ବିଷ୍ଣୁପ୍ରିୟା ପ୍ରଧାନ ଓ ବିକାଶ ପ୍ରଧାନ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − ten =