ଘୁ.ଉଦୟଗିରି ଏନଏସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା

0 46

ଘୁ ଉଦୟଗିରି,୨୪/୨:ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ଏବଂ ଭୋଟ ଗ୍ରହଣ କେନ୍ଦ୍ର ତାଲିକା ପ୍ରକାଶ ପାଇଛି । ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଆଜି ଏନଏସି ପରିସରରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଚୂଡାନ୍ତ ଭୋଟର ତାଲିକା ଏବଂ ଭୋଟ ଗ୍ରହଣ କେନ୍ଦ୍ର ତାଲିକା ପ୍ରକାଶ କରିବା ସହ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡଙ୍ଗୀ, ସତ୍ୟପ୍ରକାଶ ମହାପାତ୍ର, କମ୍ଭୁପାଣି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନାନୁସାରେ ଘୁ.ଉଦୟଗିରି ଏନଏସି ରେ ମୋଟ ଭୋଟରଙ୍କ ସଂଖ୍ୟା ୮୧୮୫ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୩୮୧୯ ,ମହିଳା ଭୋଟରଙ୍କ ସଂଖ୍ୟା୪୩୬୨ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୪ ରହିଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମୋଟ ୧୩ ଗୋଟି ୱାର୍ଡକୁ ନେଇ ଘୁ.ଉଦୟଗିରି ଏନଏସି ଗଠିତ ।ମୋଟ ୧୩ ଗୋଟି ବୁଥରେ ଭୋଟ ଗ୍ରହଣ ହେବା ନେଇ ଚୂଡାନ୍ତ ଭୋଟ ଗ୍ରହଣ କେନ୍ଦ୍ର ତାଲିକା ମଧ୍ୟ ପ୍ରକାଶ ପାଇଛି । ୱାର୍ଡ ନଂ ୧ ର ମୋଟ ଭୋଟର ସଂଖ୍ୟା ୬୫୩ ଥିବାବେଳେ ପୁରୁଷ ଭୋଟର ୩୧୩ ଏବଂ ମହିଳା ଭୋଟର ୩୪୦ । ୱାର୍ଡ ନଂ୨ ରେ ମୋଟ ଭୋଟର ୬୮୬ ପୁରୁଷ ୩୧୯,ମହିଳା ୩୬୭ । ୱାର୍ଡ ନଂ ୩ ରେ ମୋଟ ଭୋଟର ୫୨୦, ପୁରୁଷ ୨୬୦,ମହିଳା ୨୫୯,ତୃତୀୟ ଲିଙ୍ଗ ୧ । ୱାର୍ଡ ନଂ୪ ରେ ମୋଟ ଭୋଟର ସଂଖ୍ୟା ୪୦୨ ପୁରୁଷ ୧୭୩ ,ମହିଳା ୨୨୯ । ୱାର୍ଡ ନଂ୫ ରେ ମୋଟ ଭୋଟର ସଂଖ୍ୟା ୯୫୮ ଥିବାବେଳେ ପୁରୁଷ ୪୪୬ ,ମହିଳା୫୧୧ ଏବଂ ତୃତୀୟ ଲିଙ୍ଗ ୧ଭୋଟର ।ୱାର୍ଡ ନଂ୬ ରେ ମୋଟ ଭୋଟର ୧୯୮,ପୁରୁଷ ଭୋଟର ୯୫,ମହିଳା୧୦୩ । ୱାର୍ଡ ନଂ୭ ରେ ମୋଟ ଭୋଟର୬୬୭ ମଧ୍ୟରୁ ପୁରୁଷ ୩୧୭ଏବଂ ମହିଳା୩୫୦ ।ୱାର୍ଡ ନଂ ୮ରେ ମୋଟ ଭୋଟର ୫୫୪ ମଧ୍ୟରୁ ପୁରୁଷ ୨୬୧ ଏବଂ ମହିଳା ୨୯୩ । ୱାର୍ଡ ନଂ ୯ ରେ ମୋଟ ଭୋଟର ସଂଖ୍ୟା ୪୩୦ମଧ୍ୟରୁ ପୁରୁଷ ୧୯୯ ମହିଳା୨୩୧ ।ୱାର୍ଡ ନଂ୧୦ରେ ମୋଟ ଭୋଟର ୬୫୯ ରୁ ପୁରୁଷ ୩୧୯ ମହିଳା ୩୪୦ । ୱାର୍ଡ ନଂ ୧୧ ରେ ମୋଟ ଭୋଟର ସଂଖ୍ୟା ୯୭୪ ମଧ୍ୟରୁ ପୁରୁଷ ୪୬୨ ମହିଳା ଭୋଟର ୫୧୧ ଏବଂ ତୃତୀୟ ଲିଙ୍ଗ ୧ । ୱାର୍ଡ ନଂ ୧୨ ରେ ମୋଟ ଭୋଟର ସଂଖ୍ୟା ୮୪୧ ସେଥିରୁ ପୁରୁଷ ଭୋଟର ୩୭୫ ମହିଳା ୪୬୫ ଏବଂ ତୃତୀୟ ଲିଙ୍ଗ ୧ ।ୱାର୍ଡ ନଂ ୧୩ରେ ମୋଟ ଭୋଟର ସଂଖ୍ୟା ୬୪୩ ମଧ୍ୟରୁ ପୁରୁଷ ଭୋଟର ୨୮୦ ଏବଂ ମହିଳା ଭୋଟର ୩୬୩ ଜଣ ।

hiranchal ad1
Leave A Reply

Your email address will not be published.

one + 1 =