ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସ୍କ୍ରାପ୍‌ ବିକ୍ରି ଘଟଣା, ତିନି ମାସ ପରେ ସହକାରୀ ଯନ୍ତ୍ରୀଙ୍କୁ ବଦଳି

0 112

ଘୁ.ଉଦୟଗିରି,୩/୧୧- କଳିଙ୍ଗା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସ୍କ୍ରାପ୍‌ ବିକ୍ରି ଘଟଣା-ଘଟଣାର ତିନିମାସ ପରେ ସହକାରୀ ଯନ୍ତ୍ରୀଙ୍କୁ ବଦଳି ହୋଇଛି । କାହା ଛତ୍ରଛାୟାରେ ଏହି ଯନ୍ତ୍ରୀ, କାହା ଚାପରେ ଚାପି ହୋଇଗଲା ଏତେବଡ ଦୁର୍ନୀତି ? ସରକାରୀ ଅଧିକାରୀ ନା ରାଜନେତା ସୁରକ୍ଷା ଦେଇ କେବଳ ବଦଳିରେ ସୀମିତ ରଖିଲେ । କଳିଙ୍ଗା ପୂର୍ତ୍ତ ବିଭାଗ ସହକାରୀଯନ୍ତ୍ରୀ ଅରୁଣ ପ୍ରସାଦ ସାହୁଙ୍କ କଳାକାରନାମା ଦାଣ୍ଡରେ ପଡି ହାଟରେ ଗଡିବା ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନ ଦ୍ୱିପ୍ରହରରେ ସରକାରୀ କାର୍ଯ୍ୟାଳୟ ପରିସରରେ ଥୁବା ରଦି ଲୁହା, ଟିଣ ଗୁଡିକୁ ବିକ୍ରି କରି ଟଙ୍କା ଆତ୍ମସାତ କରିଦେଲେ । ଏହି ଘଟଣାର ସମସ୍ତ ପ୍ରମାଣ ଥିବା ଏବଂ ଘଟଣା ପରେ ସ୍ଥାନୀୟ ସହକାରୀ ନିର୍ବାହୀଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା ତଦନ୍ତ କରି କାରଣ ଦର୍ଶାଅ ନୋଟିସ ଦେବାସହ ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଫୁଲବାଣୀ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଆସି ତଦନ୍ତକରି ରିପୋର୍ଟ ପ୍ରଦାନ କରିବା ପରେ ବ୍ରହ୍ମପୁର ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆସି ଷ୍ଟୋରରୁମ ଦେଖିବା ସହ କେତେ ପରିମାଣର ଲୁହା ବିକ୍ରି କରିଛନ୍ତି ତାର ହିସାବ କରି ପ୍ରତ୍ୟକ୍ଷଦର୍ଶିଙ୍କ ଠାରୁ ସାକ୍ଷ୍ୟ ଗ୍ରହଣକରି ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସମସ୍ତଙ୍କୁ ଚକିତ କରିଛି । ଇତି ମଧ୍ୟରେ ଘଟଣାକୁ ତିନି ମାସ ବିତିଗଲାଣି । ଗତକାଲି ବିଭାଗୀୟ ବଦଳି ଆଦେଶ ଆସିଛି । ଯେଉଁଥିରେ କଳିଙ୍ଗା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ମାଲକାନଗିରିକୁ ବଦଳି ହୋଇଥିବା ଦେଖୁବାକୁ ମିଳିଛି । ବଦଳି ଏକ ସରକାରୀ ପ୍ରକ୍ରିୟା । ଯେଉଁ ପ୍ରକ୍ରିୟାରେ ଏହି ବଦଳି ଆଦେଶ ହୋଇଛି । କାରଣ ଏହି ଯନ୍ତ୍ରୀଜଣକ ଏହି ସ୍ଥାନରେ ଦୀର୍ଘ ୬ବର୍ଷ ହେଲା ରହିଛନ୍ତି । ପ୍ରଶ୍ନ ଉଠୁଛି ସରକାରୀ ସମ୍ପତ୍ତିକୁ ଦିନ ଦ୍ୱିପ୍ରହରରେ ବିକ୍ରି କରିଦେଲେ ସେଇଟଙ୍କାକୁ ଆତ୍ମସାତ କଲେ ତା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । କାହା ଛତ୍ରଛାୟା ତଳେ ଏହି ସହକାରୀ ଯନ୍ତ୍ରୀ । ସରକାରୀ ଅଧିକାରୀ ନା ରାଜନେତା । ପଡୋଶୀ ଗଞ୍ଜାମ ଜିଲ୍ଲାର କିଛି ପାୱାରଫୁଲ ରାଜନେତାଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା ନେଇ ଚର୍ଚ୍ଚାହେଉଥିବା ବେଳେ ପୂର୍ତ୍ତ ବିଭାଗର ଉଚ୍ଚପଦାଧିକାରୀ ମଧ୍ୟ ତାଙ୍କୁ ସୁରକ୍ଷା ଯୋଗାଉଥିବା ନେଇ ଆଲୋଚନା ହେଉଛି । ସୂଚନାନୁସାରେ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହେଉଛି କଳିଙ୍ଗା । କଳିଙ୍ଗାର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଯେଉଁ ରାଜନେତା ଏବଂ ଅଫିସର ଆସିଲେ ରହିବାକୁ ପସନ୍ଦ କରନ୍ତି । ଯେଉଁ ରାଜନେତା ଆସିଲେ ସହକାରୀଯନ୍ତ୍ରୀ ତାଙ୍କୁ ଆପାୟିତ କରିବାସହ ତାଙ୍କ ଛତ୍ରଛାୟା ତଳେ ରହି ନିଜର ଦୁର୍ନୀତିର କାୟାବିସ୍ତାର କରିଚାଲିଥିଲେ । ଯାହା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ନଜରକୁ ଆସିବାପରେ ସେ ବିଭାଗୀୟ ଅଧିକାରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରେଇବା ସହ ତୁରନ୍ତ ବଦଳି କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିଧାୟକ ଚିଠି ଲେଖିବା ପରେ ସହକାରୀ ଯନ୍ତ୍ରୀ ଜଣକ ସୁଧୁରିବା ବଦଳରେ ନିଜ କଳାକାରନାମା ବୃଦ୍ଧି କରିବାରେ ଲାଗି ଅଗଷ୍ଟ ୯ଏବଂ୧୦ତାରିଖ ଦିନ ଏକ ଟ୍ରକ ନଂ ଓଡ୦୨ବିଏସ୦୬୧୧ ଆଇଚର ଟ୍ରକରେ କଳିଙ୍ଗା ପୂର୍ତ୍ତର୍ବିଭାଗ କାର୍ଯ୍ୟାଳୟ ପରିସରରେ ରହିଥିବା ରଦି ଲୁହା, ଟିଣ, ରୋଲର ଚକା, ଏହିଭଳି ଲକ୍ଷାଧିକ ଟଙ୍କାର ଜିନିଷ ବିକ୍ରି କରିଦେଲେ । ୧୨ତାରିଖ ଦିନ ଏହି ଖବର ପ୍ରକାଶ ପାଇବା ପରେ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଆସି ତଦନ୍ତ କରି ଫେରିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଶୁନ୍‌ । କେବଳ ଚିରାଚରିତ ସରକାରଙ୍କ ବଦଳି ନିର୍ଦ୍ଦେଶ ଆସିଛି । ଏହି ବଦଳି ଆଦେଶ ପରେ ସ୍ପଷ୍ଟ ହେଉଛି ଯେତେ ଦୁର୍ନୀତି କଲେ ମଧ୍ୟ ଯଦି ରାଜନେତା ଏବଂ ସରକାରୀ ଉଚ୍ଚ ପଦାଧିକାରୀଙ୍କୁ ସନ୍ତୁଷ୍ଟ କରି ପାରିଲେ ସବୁ ମାଫ ।

hiranchal ad1
Leave A Reply

Your email address will not be published.

10 − 3 =