ବିଜେଡିର ଭାନୁପ୍ରଭା ମିଶ୍ର ହେଲେ ଘୁ.ଉଦୟଗିରି ଅଧ୍ୟକ୍ଷା

0 88

ଘୁ ଉଦୟଗିରି,୨୬/୩: ସରିଲା ଭୋଟ ଗଣତି, ଅପେକ୍ଷାର ଅନ୍ତ ଘଟିଲା । ୧୯୮୪ ଭୋଟ ପାଇ ବିଜୟୀ ହେଲେ ବିଜେଡି ପ୍ରାର୍ଥୀନୀ ଭାନୁପ୍ରଭା ମିଶ୍ର । ୧୩ ଗୋଟି ୱାର୍ଡ ମଧ୍ୟରୁ ୭ ଗୋଟି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ୪ଟି, କଂଗ୍ରେସ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ବିଜୟୀ ହୋଇଥିବା ସୂଚନା ରହିଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇ ପ୍ରତିଦ୍ୱନ୍ଦ୍ୱୀ କରୁଥିବା ପ୍ରାର୍ଥୀ ଭାନୁପ୍ରଭା ମିଶ୍ର ୧୩ ଗୋଟି ୱାର୍ଡ ମଧ୍ୟରୁ ସମୁଦାୟ ୧୯୮୪ ଭୋଟ ପାଇଁ ବିଜୟ ହାସଲ କରିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ମିତାରଣି ପାତ୍ର ୧୬୬୪ ଖଣ୍ଡ ଭୋଟ ପାଇଥିଲେ । ଭାନୁପ୍ରଭା ମିଶ୍ର ୩୨୦ ଭୋଟରେ ବିଜୟୀ ହୋଇଛନ୍ତି । ଘୁ ଉଦୟଗିରି ପୌର ନିର୍ବାଚନରେ ୱାର୍ଡ ନମ୍ୱର୧ର ସନ୍ତୋଷ ବାଗ ୨୪୦ ଖଣ୍ଡ ଭୋଟ ପାଇଛନ୍ତି, ୩ ନମ୍ୱର୍‌ ୱାର୍ଡର ମୋନାଲିଶା ଦଳବେହେରା ୨୧୦ ଖଣ୍ଡ, ୬ନମ୍ୱର୍‌ ୱାର୍ଡର ଲେକ୍‌ଚରର ବୁଲିଆନ ୬୯ ଖଣ୍ଡ, ୭ ନମ୍ବର ୱାର୍ଡର ଭାରତୀ ବେହେରା ୨୩୨ ଖଣ୍ଡ ,୧୧ ନମ୍ୱର୍‌ ୱାର୍ଡର ଲିପିକା ପ୍ରଧାନ ୩୩୧ ଖଣ୍ଡ ଓ ୧୨ ନମ୍ୱର୍‌ ୱାର୍ଡର ନନ୍ଦିତା ପ୍ରଧାନ ୧୯୮ ଖଣ୍ଡ,୧୩ନମ୍ୱର୍‌ ୱାର୍ଡର ଦୀପକ ନାୟକ ୨୪୯ଖଣ୍ଡ ଭୋଟ ପାଇ ବିଜେଡି ପକ୍ଷରୁ ବିଜୟୀ ହୋଇଥିବା ବେଳେ ବିଜେପି ପକ୍ଷରୁ ୨ ନମ୍ବର ୱାର୍ଡର ସଂଗୀତା ନାୟକ ୨୨୧ ଭୋଟ, ୩ ନମ୍ୱର୍‌ ୱାର୍ଡର ନିଶାରାନି ନାୟକ ୧୯୧ଭୋଟ,୯ ନମ୍ୱର୍‌ ୱାର୍ଡର ଲକ୍ଷ୍ମୀପ୍ରିୟା ପରିଛା ୨୦୯ ଭୋଟ,୧୦ ନମ୍ୱର୍‌ ୱାର୍ଡର କୁନ୍ତୀମା ମଲ୍ଲିକ ୧୭୧ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୫ ନମ୍ୱର୍‌ ୱାର୍ଡ ପାଇଁ ସଞ୍ଜୀବ ପାତ୍ର ୨୯୧ଭୋଟ ପାଇଥିଲେ । କଂଗ୍ରେସ ପକ୍ଷରୁ ୮ ନମ୍ୱର୍‌ ୱାର୍ଡର ଯାକେଶ କୁମାର ପ୍ରଧାନ ୨୦୫ ଭୋଟ ପାଇଁ ବିଜୟ ହୋଇଥିଲେ । ସେହିପରି ବିଜେପି ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀନୀ ସସ୍ମିତା ଜେନା ୧୧୯୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀନୀ ମଧୁଳିନା ଦିଗାଲ ୧୯୯ ଭୋଟ, ପ୍ରଶାନ୍ତି ନାୟକ ୨୮୨,ବିଜୟଲକ୍ଷ୍ମୀ ମହାନ୍ତି ୩୦ ଭୋଟ,ରଞ୍ଜିତା ନାୟକ ୭୫,ରାଜଶ୍ରୀ ନାୟକ ୩୩ ଭୋଟ ପାଇଥିଲେ । ଏହି ପୌର ନିର୍ବାଚନ ପାଇଁ ସମୁଦାୟ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ଆଜି ସ୍ଥାନୀୟ ୫୫୦୧ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିଛନ୍ତି । ଭାନୁପ୍ରଭା ମିଶ୍ର ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ଭାବରେ ବିଜୟୀ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − thirteen =