ରକ୍ଷାବନ୍ଧନ ନିମନ୍ତେ ଘୁ. ଉଦୟଗିରି ଚଳଚଞ୍ଚଳ, ରାକ୍ଷୀ ଓ ମିଠା କିଣିବାପାଇଁ ଗ୍ରାହକଙ୍କ ଭିଡ଼

0 75

ଘୁ.ଉଦୟଗିରି,୨୧/୮- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବାପାଇଁ ଭଉଣୀଟିଏ ତାର ଭାଇକୁ ରକ୍ଷାବନ୍ଧନ ବାନ୍ଧି ଥାଏ । ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଏହିଦିନ ଭଉଣୀଟିଏ ଭାଇର ଶୁଭ ମନସୀ ଭାଇ ହାତରେ ବାନ୍ଧି ଦିଏ ସ୍ନେହର ଡୋରୀ । ଭାଇ ମଧ୍ୟ ଭଉଣୀର ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବାର ଶପଥ ନେଇଥାଏ ।

hiring

ଚଳିତ ବର୍ଷ ମହାମାରୀ କରୋନାର କଟକଣା ଥିଲେ ମଧ୍ୟ ଘୁ. ଉଦୟଗିରି ସହରରେ ରାକ୍ଷୀ କିଣିବା ନିମନ୍ତେ ରାକ୍ଷୀ ଦୋକାନରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବ୍ୟବସାୟୀମାନେ ରାକ୍ଷୀ ସହିତ ମିଠା ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଗହ୍ମା ପୂର୍ଣ୍ଣିମା ପାଇଁ ଘୁ ଉଦୟଗିରି ସହର ଚଳ ଚଞ୍ଚଳ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

14 + 4 =