ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

0 70

ଘୁ.ଉଦୟଗିରି,୨୦/୫: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ସମସ୍ତ କାଉନସିଲର, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ୱାର୍ଡ଼ ନମ୍ବର ୧୨/୧୩ର ଏସଏଚଜି ଗ୍ରୁପ ସଦସ୍ୟା ଓ ୱାର୍ଡ଼ ବାସିନ୍ଦା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ପରିଚାଳନା କରିଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ୱାଗତ ଜଣେଇବାସହ ନିଜ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇବାସହ ପରିଷଦ ପକ୍ଷରୁ ୱାର୍ଡ଼ ଗୁଡ଼ିକରେ ଥିବା ବିଭିନ୍ନ ସାମୁହିକ ସମସ୍ୟା ଗୁଡ଼ିକର ଅତିଶୀଘ୍ର ସମାଧାନ କରାଯିବ ବୋଲି ମତ ରଖିଥିଲେ । ସରକାରଙ୍କ ଏହି ଜାଗା ମିଶନ ବା ଜାଗା ସମ୍ପର୍କ କାର୍ଯ୍ୟକ୍ରମ ୫ଟି ଅନ୍ତର୍ଗତ ଏକ ବୃହତ୍‌ ପ୍ରକଳ୍ପ । ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ଅଟେ । ସରକାର ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନଯାପନ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯେମିତିକି ବସ୍ତିବାସିନ୍ଦାଙ୍କ ସମ୍ମାନଜନକ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ନିମନ୍ତେ ଜାଗା ମିଶନ ଜରିଆରେ ବସ୍ତି ବାସିନ୍ଦାଙ୍କ ପାଇଁ ଗୃହ ନିର୍ମାଣ କରି ଏକ ସୁନ୍ଦର ସହର ଗଢ଼ିବା ଯୋଉଠି ସବୁପ୍ରକାର ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରି ପାଇପ୍‌ ଯୋଗେ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପକ୍କା ସଡ଼କ, ରାସ୍ତା ଆଲୋକୀକରଣ, ଶୌଚାଳୟ, ଡ୍ରେନ ନିର୍ମାଣ ସହ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ତାକୁ ବିଜୁ ଆଦର୍ଶ କଲୋନୀ ରୂପେ ନାମକରଣ କରାଯାଇଛି । ବିଭିନ୍ନ ସମୟରେ ବସ୍ତି ବାସିନ୍ଦାଙ୍କ ସାମାଜିକ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୋଷ୍ଠୀ ଗୃହ ନିର୍ମାଣ କରାଯାଇଛି ଯାହାର ନାମକରଣ ପରିଚୟ ଗୃହ ନାମରେ ନାମିତ କରାଯାଇଛି । ଘୁ.ଉଦୟଗିରି ଅନ୍ତର୍ଗତ ସମସ୍ତ ୧୩ ଗୋଟି ୱାର୍ଡ଼ ମଧ୍ୟରୁ ୧୧ ଗୋଟି ୱାର୍ଡରେ ପରିଚୟ ଗୃହ ନିର୍ମାଣ ସରିଥିବା ବେଳେ ଆଜି ଆଉ ୨ ଟି ୧୨/୧୩ ନମ୍ବର ୱାର୍ଡ଼ରେ ପରିଚୟ ଗୃହ ନିର୍ମାଣ ନିମନ୍ତେ ୨ଟି ଏସଏଚ୍‌ଜି ଗ୍ରୁପକୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ୫-ଟି ମାଧ୍ୟମରେ ବିଭିନ୍ନ ଯୋଜନା ସହାୟତାରେ ସହରାଞ୍ଚଳର ଉନ୍ନତି କରଣ କରାଯିବା ପାଇଁ ଜାଗା ସମ୍ପର୍କ ଭଳି ଅନେକ ଯୋଜନା ରହିଛି, ଯାହା ସମସ୍ତ ବାସିନ୍ଦାଙ୍କ ସହଯୋଗରେ ହୋଇପାରିବ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =