ଘୁ.ଉଦୟଗିରି,୨୦/୭: କେନ୍ଦ୍ର ସରକାର ଜନସାଧାରଣଙ୍କ ଆବଶ୍ୟକତା ଉପଲବ୍ଧ କରି ଗ୍ରାମାଞ୍ଚଳରେ ଉପଯୁକ୍ତ ଆଉ ହାତପାହାନ୍ତାରେ ସେବା ପାଇବା ପାଇଁ ମୁଖ୍ୟ ଡାକଘର ସହିତ ଉପ ଡାକଘର କରିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜନସାଧାରଣ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ରାଇକିଆ ଉପଡାକଘରେ । ଅବ୍ୟବସ୍ଥାରେ ଚାଲିଛି ଡାକଘର । କେତେବେଳେ ରେଭିନ୍ୟୁ ଷ୍ଟାମ୍ପ ମିଳୁନି ତ କେତେବେଳେ ଆଇ.ପି.ଓ. ମିଳୁନି ଏବଂ କେତେବେଳେ ଲିଙ୍କ ରହୁନି । ଏମିତି ବାହାନା କରି ଲୋକଙ୍କୁ ହଇରାଣ କରାଯାଉଛି । ଯଦି କେହି ଶାଖା ମୁଖ୍ୟଙ୍କୁ ଏ ବାବଦରେ ପଚାରନ୍ତି ତ ସେ ବହୁତ ଖରାପ ବ୍ୟବହାର କରନ୍ତି । ଏହି ଡାକଘର ଅବ୍ୟବସ୍ଥା ବିଷୟରେ ଯେତେବଳେ ଜିଲ୍ଲା ଡାକଘର ମୁଖ୍ୟ ସୁପରିଟେଣ୍ଡେଣ୍ଟଙ୍କୁ ଫୋନ ଯୋଗେ ଏହି ବିଷୟରେ ପଚାରିବାରୁ ତାଙ୍କ ଠାରୁ ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳୁନି । ଏ ବିଷୟରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି । ଏମିତିରେ ଦିନକୁ ଦିନ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ହଜାର ହଜାର ଲୋକ ଉପକୃତ ହୋଇପାରିବେ ।