ସରସ୍ୱତୀ ଶିଶୁ ମନ୍ଦିରରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ତାଲିମ ଅନୁଷ୍ଠିତ

0 73

ଘୁ.ଉଦୟଗିରି,୧୯/୪: ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଠାରୁ କିପରି ନିଜକୁ ସୁରକ୍ଷିତ କରିବା ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । କିପରି ନିଆଁକୁ ଆୟତ୍ତ କରିବା ଓ ଏହା କି ପ୍ରକାରର ନିଆଁ ତାହା ଜାଣିବା ପରେ କେଉଁପ୍ରକାର ପ୍ରତିକାର ବିଷୟ ପ୍ରୟୋଗ କରି ନିଆଁକୁ ଆୟତ୍ତ କରିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ଦେବା ସହିତ ଅଭ୍ୟାସ ମଧ୍ୟ କରିଥିଲେ । ନିଆଁ ବିଭିନ୍ନ ପ୍ରକାରର ହୋଇଥାଏ ଯେପରି କାଠରେ ନିଆଁ ଲଗିଥାଏ, ମେଟାଲରେ ନିଆଁ ଲାଗିଥାଏ, ବିଦ୍ୟୁତ୍‌ ତାରରେ ନିଆଁ ଲାଗିଥାଏ, ତୈଳ ଦ୍ୱାରା ନିଆଁ ଲାଗିଥାଏ । ଏହିପରି ନିଆଁକୁ ପ୍ରଥମେ ଚିହ୍ନିଲା ପରେ ଲିଭାଇବା ପାଇଁ କେଉଁ ପ୍ରକାର ପ୍ରତିକାର ବ୍ୟବହାର କରିବା ତାହା ଜାଣି ବ୍ୟବହାର କଲେ ସହଜରେ ନିଆଁକୁ ଆୟତ୍ତ କରିପାରିବା ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରକାଶ କରିଥିଲେ । ଫାୟାର ଏକ୍ସିଟିଙ୍ଗୁସର୍‌ କିପରି ଓ କେଉଁ ପ୍ରଣାଳୀରେ ବ୍ୟବହାର କରିବା ସେ ବିଷୟରେ ତାଲିମ ଦେବା ସହିତ ଜଣେ ନିଆଁ ଦ୍ୱାରା ଆହତ ହେଲେ ଷ୍ର୍ଟ୍ରେଚର୍‌ ଦ୍ୱାରା କିପରି ସ୍ୱାସ୍ଥ୍ୟ କେନ୍ଦ୍ର ନେବା ସେ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିବା ବେଳେ ଉତ୍ସାହ ସହିତ ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜନ ମିଳିତ ଭାବରେ ଆୟୋଜନ କରିଥିବାବେଳେ ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମକର୍ତ୍ତା ତାଲିମ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + three =