ଲୋକାର୍ପିତ ହେଲା କିଶୋରୀ ଯୌନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୀତ

0 80

ଘୁ.ଉଦୟଗିରି,୧୩/୨: କିଶୋରୀ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ବନ୍ଧୀୟ ଏକ ସଚେତନତା ବାର୍ତ୍ତା ଗୀତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟଙ୍କ ଦ୍ୱାରା ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ଦ୍ୱାରା ପ୍ରସ୍ତୁତ କରାଯାଇ ଲୋକାର୍ପିତ କରାଯାଇଛି । କିଶୋରୀ ବାଳିକା ଓ ଯୁବତୀ ମାନଙ୍କର ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସେମାନଙ୍କର ଅଧିକାର ସମ୍ବନ୍ଧରେ ସଚେତନ କରିବା ନିମନ୍ତେ କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକରେ ସେଭ ଦି ଚିଲଡ୍ରେନ ଦ୍ୱାରା ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଗୀତ ପ୍ରସ୍ତୁତ କରିବାର ମୂଳ ଲକ୍ଷ୍ୟ ହେଲା ଏହି ଗୀତ ମାଧ୍ୟମରେ ବହୁଳ ମାତ୍ରାରେ ପ୍ରଚାର ଓ ପ୍ରସାର ମାଧ୍ୟମରେ କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା କିଶୋରୀ ବାଳିକା ଓ ଯୁବତୀ ମାନଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା । ଏହି ଗୀତଟିକୁ କଣ୍ଠ ଦାନ କରିଛନ୍ତି ସାରଙ୍ଗଡର କିଶୋରୀ ବାଳିକା ରୁନିମା ପ୍ରଧାନ । ଏହି ଗୀତ ମାଧ୍ୟମରେ କିଶୋରୀ ବାଳିକା ମାନଙ୍କ ବ୍ୟତୀତ ସେମାନଙ୍କର ଅଭିଭାବକ ତଥା ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଏନଏଚଏମର ଜିଲ୍ଲା ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ସାହୁ, ସେଭ ଦି ଚିଲଡ୍ରେନର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ର, ରୂପାଲୀ ଗୋସ୍ୱାମୀ, ସରସ୍ୱତୀ ବିନ୍ଧାଣି, ସାରଙ୍ଗଡ ଅଂଚଳର ଅନେକ କିଶୋରୀ ବାଳିକା ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × two =