ଘୁ.ଉଦୟଗିରି,୨୧/୫: ଗତକାଲି ରାତିରେ କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ ପଡିଥିବା କିଛି ଯାତ୍ରୀ ଦେଖିଥିଲେ । ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସ ଦ୍ୱାରା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଆଣିଥିଲେ । ସେଠାରେ ଡ୍ୟୁଟିରେ ଥିବା ଡଃ.ଅଶୋକ ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ତୁରନ୍ତ ପଠେଇଥିଲେ । ଗୁରୁତର ଜଣକ ଟିକାବାଲି ବ୍ଲକ ଅଧିନରେ ଥିବା ବସ୍ତିଙ୍ଗିଆ ଚୁଆସାହିର ଅନିରୋଧ କହଁର ବୟସ ୩୩ ବୋଲି ଜଣାପଡିଛି ।