କରୋନା ନିୟମ ଭଙ୍ଗ ଅଭିଯୋଗରେ ଟ୍ୟୁଟୋରିଆଲ ସିଲ୍‌ ସହ ଦଶ ହଜାର ଜୋରିମାନା

0 274

ଘୁ.ଉଦୟଗିରି,୮/୧- ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ନେଇ ଆକ୍ସନ ମୁଡରେ ଥିବା ଦେଖୁବାକୁ ମିଳିଛି । କରୋନା କଟକଣା ନିୟମ ଭଙ୍ଗ ଅଭିଯୋଗରେ ସ୍ଥାନୀୟ ସହରର ଏକ ଟ୍ୟୁଟୋରିଆଲକୁ ଜଉମୁଦ ଦେଇ ସିଲ କରିବା ସହ ଦଶ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ତହସିଲଦାର ଶୁଭ୍ର ।ଞ୍ଜଳି ପ୍ରଧାନ ଏବଂ ଆଇଆଇସି ରେବତୀ ଶବରଙ୍କ ନେତୃତ୍ୱରେ ହନୁମାନ ମନ୍ଦିିର ନିକଟରେ ଚାଲିଥିବା +୨ ଛାତ୍ରଛାତ୍ରୀଙ୍କ ଏକ ଟ୍ୟୁଟୋରିଆଲ ଉପରେ ଚଢ଼ାଉ କରି ସିଲକରିବା ସହ ଜୋରିମାନା ଆଦାୟ କରିଛନ୍ତି । କୌଣସି ମତେ ନିୟମ ଭଙ୍ଗକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମସ୍ତଙ୍କ ସହଯୋଗ କାମନା କରାଯାଇ ଦୁଇଦିନ ପୂର୍ବରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରାଯିବା ସତ୍ତେ୍ୱ ନିୟମ ଖିଲାପକରି କିଛିଲୋକ ଗହଳି କରିବା ଅଭିଯୋଗ ପରେ ପୋଲିସ ପ୍ରଶାସନ ଆକ୍ସନ ମୁଡରେ ଆସି ନିଜ ଆକ୍ସନ ଦେଖେଇଛନ୍ତି । ସେହିଭଳି ସହରର ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଉପରେ ଚଢ଼ାଉକରି ମଧ୍ୟ ଲୋକ ଗହଳି କରିଥିବା ଅଭିଯୋଗରେ ଜୋରିମାନା ଆଦାୟ କରିବାସହ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଗହଳିକଲେ ଦୋକାନ ସିଲ୍‌ କରାଯିବ । କରୋନା ପାଇଁ ପୋଲିସ ଏବଂ ପ୍ରଶାସନ ମିଳିତ ଅଭିଯାନ ଆରମ୍ଭ କରିଛନ୍ତି ଏହି ଅଭିଯାନ ଆଗକୁ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =