ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର, ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା

0 41

ଜି. ଉଦୟଗିରି : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜି. ଉଦୟଗିରି ସାମ୍ବାଦିକ ସଂଘର ଆୟୋଜନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଡ଼ର ସହଯୋଗରେ କନ୍ଧମାଳ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ବୈଦୁତିକ ଗଣମାଧ୍ୟମର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ୍‌ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଅବସର ପ୍ରାପ୍ତ ସାମରିକ କର୍ମଚାରୀ ଆଦର୍ଶ ପଟ୍ଟନାୟକ,ଜି. ଉଦୟଗିରି ସାମ୍ବାଦିକ ସଂଘର ସଭାପତି ସମୀର କୁମାର ପାଢ଼ୀ, ବଟକୃଷ୍ଣ ଦାସ, ଅରୁଣ ଷଡ଼ଙ୍ଗୀ, ରାମକୃଷ୍ଣ ଚୌଧୁରୀ, ଆଶୁତୋଷ ସାହୁ, ପ୍ରତାପ ପାଢ଼ୀ ମଞ୍ଚାସିନ ଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ ଷଡ଼ଙ୍ଗୀ ପ୍ରଥମେ ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଘର ସଦସ୍ୟ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିଥି ସତ୍କାର କରିଥିଲେ । ସଭାର ମୁଖ୍ୟ ଆକର୍ଷଣ ସାମ୍ବାଦିକ ତଥା ବଡ଼ ଖବର ସମ୍ପାଦକ ଶ୍ରୀ ଅର୍ଦ୍ଧେନ୍ଦୁ ଦାସ ଓ ସାମ୍ବାଦିକ ଆଦର୍ଶ ପଟ୍ଟନାୟକଙ୍କୁ ସାମ୍ବାଦିକ ତଥା ୱାର୍ଡ଼ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଆଶୁତୋଷ ସାହୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ନିର୍ବାଚନୀ ଖବର ସଂଗ୍ରହ ନିମନ୍ତେ ଯାଇଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା କଳାହାଣ୍ଡି ଜିଲ୍ଲା ମୋହନ ଗିରି ଅଞ୍ଚଳର ସାମ୍ବାଦିକ ଶ୍ରୀ ରୋହିତ ବିଶ୍ୱାଳଙ୍କ ନିମନ୍ତେ ୨ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଅର୍ଦ୍ଧେନ୍ଦୁ ଦାସ ନିଜ ଅଭିଭାଷଣରେ ନିଜ ବିଷୟରେ କିଛି କହିଥିଲେ ଯାହା ଅତି ହୃଦୟ ଛୁଆଁ ଥିଲା ଦୀର୍ଘ ୨୨ ବର୍ଷ ପୂର୍ବେ କନ୍ଧମାଳ ଜିଲ୍ଲାକୁ ନିଜର କର୍ମ ଭୂମି ରୂପେ ବାଛିଥିଲେ ଓ କନ୍ଧମାଳ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ସବୁବେଳେ କାର୍ଯ୍ୟ କରିଥିଲେ । ନିଜର ବିତିଯାଇଥିବା କର୍ମମୟ ସମୟ ବିଷୟରେ କହିବାକୁ ଯାଇ କହିଥିଲେ କି ସେହି କର୍ମମୟ ସମୟ ଯାହା ଆଜି ତାଙ୍କୁ ଲୋକଙ୍କର ପ୍ରିୟ ଓ ନିକଟତର କରିପାରିଛି । ତାଙ୍କ କହିବା ଅନୁଯାୟୀ ସାହସୀ, ବିନମ୍ର, ସହିଶ୍ନୁତା, ସ୍ପଷ୍ଟବାଦୀ ହେଉଛି ଏକ ସାମ୍ବାଦିକର ଚରିତ୍ର ।

hiring

ଆଲୋଚନାର ବିଷୟ ଗୁଡ଼ିକ ଉପରେ ବହୁତ ସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ । ଆଲୋଚନାର ପ୍ରସଙ୍ଗ ଗୁଡିକ ଥିଲା ୧- ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା, ୨- ଚଳିତ ପଞ୍ଚାୟତ ନିର୍ବାଚନରେ ସାମ୍ବାଦିକଙ୍କ ଭୂମିକା, ୩- ସମ୍ବାଦ ଗ୍ରହଣ ଓ ଲେଖା ଶୈଳୀ, ୪- ଖବର ଲିଖନ ଓ ପ୍ରସାରଣ ବିଭିନ୍ନ ଦିଗ ଉପରେ ମାର୍ଗ ଦର୍ଶନ, ୫-ଆଜିର ସମାଜରେ ସ୍ୱାଭିମାନୀ ସାମ୍ବାଦିକତା ଏକ ଆହ୍ୱାନ । ସମାଜରେ ଗଣମାଧ୍ୟମର ଭୂମିକା ବିଷୟରେ କହିବାକୁ ଯାଇ ଆଜିର ସମାଜରେ ଗଣମାଧ୍ୟମ ଯାହା କରିବା କଥା କରିପାରୁନାହିଁ ଓ ଗୋଟେ ସାମ୍ବାଦିକ ଯାହା କରିବା କଥା କରୁନାହିଁ ଏସବୁ ନିମନ୍ତେ ଅନୁକୂଳ ପରିବେଶ ନାହିଁ କି ଦିଆଯାଉନାହିଁ ଗଣମାଧ୍ୟମର କଣ୍ଠ ରୋଧ କରାଯାଉଛି ଓ ସାମ୍ବାଦିକମାନଙ୍କୁ ଭୟଭୀତ କରାଯାଉଛି । ସାମ୍ବାଦିକ ବା ଗଣମାଧ୍ୟମ ଚାହିଁଲେ ସମାଜରେ ପରିବର୍ତ୍ତନ ନିମ୍ନ ସ୍ତରରୁ ଶୀର୍ଷ ସ୍ତରକୁ ନେଇ ସମାଜର ଉନ୍ନତିରେ ସହଯୋଗ କରିପାରିବେ । ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଗୁଡ଼ିକର ସମାଧାନର ଉପାୟ ବାହାର କରି ତାର ସମାଧାନ କରିବା କାର୍ଯ୍ୟକୁ ସେ ଖବର ପ୍ରସାରଣ କରିବା ଠାରୁ ଉତ୍ତମ କାର୍ଯ୍ୟ ବୋଲି କହିଥିଲେ । ସେହି କାର୍ଯ୍ୟ ହିଁ ଲୋକଙ୍କ ଦ୍ୱାରା ପ୍ରଚାରିତ ହେଲେ ସାମ୍ବାଦିକର ସମ୍ମାନ ବଢିବ ବୋଲି କହିଥିଲେ । ଚଳିତ ନିର୍ବାଚନରେ ସାମ୍ବାଦିକଙ୍କ ଭୂମିକା ଜନସାଧାରଣଙ୍କୁ ମତଦାନ ନିମନ୍ତେ ଉତ୍ସାହିତ କରିବା, କୌଣସି ଦଳକୁ ନୁହେଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ନିମନ୍ତେ ସଚେତନ କରାଇବା । ଭଲ ଲୋକଙ୍କୁ ରାଜନୀତିରେ ଅଂଶଗ୍ରହଣ କରି ସମାଜରେ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ ସମ୍ପାଦନ କରି ସମାଜର ଉନ୍ନତି ଦିଗରେ କାମ କରିବା ବିଷୟରେ ଉଦବୋଧନ ଦେଇଥିଲେ । ଏକ ଉତ୍ତମ ସାମ୍ବାଦିକର ଲେଖାର ଶୈଳୀ ସବୁବେଳେ ଯୁକ୍ତିଯୁକ୍ତ, ସତ୍ୟତା ଓ ସ୍ପଷ୍ଟତା ସହ ଚତୁରତା ରହିବା ଆବଶ୍ୟକ ବୋଲି କହିବା ସହ ସାମ୍ବାଦିକ ସବୁବେଳେ ସ୍ୱାଭିମାନୀ ହେବା ଆବଶ୍ୟକ ସେଥିପାଇଁ ସଚ୍ଚୋଟ, ସାହସୀ ଓ କଷ୍ଟସହିଷ୍ଣୁ ହେବା ସହ ଧର୍ଯ୍ୟବାନ୍‌ ହେବାକୁ ଉପଦେଶ ଦେଇଥିଲେ । କୁଡୁତୁଳି ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାମ୍ବାଦିକ ସୁରେଶ ଚନ୍ଦ୍ର ପାଇତାଳ ମହୋଦୟଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଗଲା । ଜି.ଉଦୟଗିରି ସାମ୍ବାଦିକ ସଂଘର ସଭାପତି ସମୀର କୁମାର ପାଢ଼ୀ ଆଜିର ଆଲୋଚନା ଚକ୍ର ସଭାଟିର ପରିଚାଳନା କରିଥିଲେ ଶେଷରେ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ସମସ୍ତ ଅତିଥି ଓ ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =