ରାଜ୍ୟସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ

0 80

ଗଜପତି,୧୧/୬- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିରେ ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ଗଜପତିର ୩୧ଟି ରୁପାନ୍ତରିତ ହାଇସ୍କୁଲ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର କାର୍ତ୍ତିକ ଗମାଙ୍ଗ ହାଇସ୍କୁଲ୍‌, ମହେନ୍ଦ୍ରଗଡ, ରା.ଉଦୟଗିରି ବ୍ଲକ ଠାରେ ମହାସମୋହାରେ ଆୟୋଜିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ସାସଂଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଗାବାରା ତିରୁପତି ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ସେହି ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ମଞ୍ଚାସୀନ ଥିଲେ । ଜିଲ୍ଲାପାଳଙ୍କ ଅଭିଭାଷଣ ଦ୍ୱାରା ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ୱାରା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ତାଙ୍କ ଅଭିବ୍ୟକ୍ତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିବାସହ ସ୍କୁଲରେ ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ, ଶୌଚାଳୟର ବ୍ୟବସ୍ଥା ସୁନ୍ଦର ପରିବେଶ ନିର୍ମାଣ ହେତୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର୍‌.ଡି.ଏ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ବ୍ଲକର ଅନ୍ୟାନ୍ୟ କର୍ମଚାରୀ, ସମସ୍ତଙ୍କ ସହଯୋଗରେ ସଫଳ ରୁପାୟନ ହୋଇଥିଲା । ଏଥିରେ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twelve + 18 =