ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ ମହାଶିବରାତ୍ରି ପାଳିତ

0 139

ପାରଳାଖେମୁଣ୍ଡି,୧୨/୩- ପବିତ୍ର ମହାଶିବରାତ୍ରୀ ଅବସରରେ କରଣସାହିସ୍ଥିତ ନୃସିଂହନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡ଼ିଶୀ ନୃତ୍ୟ , ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା ତନୁଜା ଶତପଥୀ, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରଚେଷ୍ଟାରେ ଆଧ୍ୟାତ୍ମିକ ନୃତ୍ୟ ,ଓଡ଼ିଶୀନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପଣ୍ଡିତ ନରସିଂହ ପ୍ରସାଦ ଗୌଡ଼, ସ୍ୱତନ୍ତ୍ର ଅତିଥି ଭାବେ ଆଇଆଇସି ବିବେକାନନ୍ଦ ସ୍ୱାଇଁ, ସମ୍ମାନୀତ ଅତିଥି ଡାକ୍ତର ଅରୁଣ ନାୟକ, ସଂଯୋଜିକା ଅରୁପାଞ୍ଜଳି ମହାନ୍ତି, ପୁରୋଧା ରାମଚନ୍ଦ୍ର ଆପଟ ଯୋଗଦେଇଥିଲେ । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ ଡାକ୍ତର ନାୟକ ଭୌତିକ ଚିକିତ୍ସାର ଉପଯୋଗିତା ସମ୍ପର୍କରେ ଜନସଚେତନତା କରିଥିଲେ । ନୃତ୍ୟ ଗୁରୁ ଡି. ପ୍ରିୟଙ୍କା, ନୃତ୍ୟ ଗୁରୁ ବିନ୍ଦୁ ବେହେରାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଜାତୀୟ ପୁରସ୍କାରପ୍ରାପ୍ତ କଣ୍ଠଶିଳ୍ପୀ କୁନାବାବୁ ହଳଧର ଭଜନ ପରିବେଷଣ କରିଥିଲେ । ସମସ୍ତ ଶିଳ୍ପୀଙ୍କୁ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସାତ୍ତ୍ୱିକ ପଟ୍ଟନାୟକ, ଦିବାକର ସପ୍ଲାଏର୍ସ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + five =