ଚାଇଲଡ଼ ଲାଇନର ସହଯୋଗରେ ବାଲ୍ୟ ବିବାହରେ ରୋକ୍‌ ଲାଗିଲା

0 224

ଗଜପତି,୧୪/୫- ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ଆଜି ହେବାକୁ ଯାଉ ଥିବା ଏକ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ୧୦୯୮ ଜରିଆରେ କୋଲାବ ଚାଇଲଡ଼ ଲାଇନର କେନ୍ଦ୍ର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ ଉକ୍ତ ବିବାହକୁ ସ୍ଥଗିତ କରିବା ନିମନ୍ତେ ପଦକ୍ଷେପ ନେଇ ଜିଲ୍ଲା ର ବିଭିନ୍ନ ଅଧିକାରୀ ମାନଙ୍କ ଏକ ଦଳଗଠନ କରି ବିବାହ ସ୍ଥଳରେ ପହଞ୍ଚି ଥିଲେ । ଏହି ଦଳରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ, ସଖି ୱାନଷ୍ଟପ ସେଣ୍ଟରର କେନ୍ଦ୍ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ, ଗୁରାଣ୍ଡି ଥାନାର ସବ ଇନ୍ସପେକ୍ଟର ଶ୍ରୀମତୀ ମମତା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟପ୍ରକାଶ ବାଡ଼ତ୍ୟା ସୁପର ଭାଇଜର ସୁଜାତା ଗନ୍ତାୟତ, ସୁରେଶ କୁମାର ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ବିବାହକୁ ସ୍ଥଗିତ କରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ବିବାହ ହେବାକୁ ଯାଉଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରି ଝିଅର ବାପା ମାଆଙ୍କୁ ବୁଝାସୁଝା କରାଯାଇ ଥିଲା । ବାଲ୍ୟ ବିବାହରକୁ ପ୍ରଭାବ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ରାଉଳ ଝିଅକୁ ସମିତି ସମ୍ମୁଖରେ ୧୭ ତାରିଖରେ ଉପସ୍ଥାପନା କରିବା ପାଇଁ ଝିଅର ପିତାମାତାଙ୍କୁ ନିର୍ଦ୍ଦେଶ ଦେଇ ସେମାନଙ୍କ ଠାରୁ ଝିଅର ୧୮ ବର୍ଷ ପୂର୍ତ୍ତି ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନେଇଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =