୭୪ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0 92

ପାରଳାଖେମୁଣ୍ଡି,୧୬/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଙ୍ଗୀତ ଗାନ ସହ କୋଭିଡ-୧୯ର ସମସ୍ତ ନିୟମ ପାଳନ ସହ ମୁଖ୍ୟ ଅତିଥି ପ୍ୟାରେଡ଼ ଅଭିବାଦନ ଗ୍ରହଣକରିଥିଲେ । ଏହି ଅବସରରେ ଶ୍ରୀ ସାରକା ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସମୟରେ ସେବା କାର୍ଯ୍ୟଯୋଗାଇ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧାଙ୍କ ପରିବାରକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।

hiring

ସେହିଭଳି କରୋନା ସଂକ୍ରମିତଙ୍କୁ ଦିନ ରାତି ଅହରହ ସେବା ଯୋଗାଇ ଆସୁଥିବା ବିଭିନ୍ନ ବିଭାଗ ଯଥା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର,ନର୍ସ, ଏ ଏନ ଏମଙ୍କ ସମେତ ଆଶା କର୍ମୀ,ଅଙ୍ଗନୱାଡି କର୍ମୀ, ପୋଲିସ,ହୋମଗାର୍ଡ, ଅଗ୍ନିଶମ,ଆର ଟି ଓ ବିଭାଗ କର୍ମଚାରୀ,ଏନ ଜି ଓ କର୍ମକର୍ତ୍ତା, ପୌର ପରିଷଦର ସଫେଇ କର୍ମଚାରୀ ଏବଂ କୋଭିଡ କ୍ୟାୟରସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ଯେଉଁ କରୋନାଯୋଦ୍ଧାମାନେ କରୋନାକୁ ହରାଇ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେମାନଙ୍କ ନାମ ପଠନ କରି ଉତ୍ସ ।ହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − twelve =