ତାରାପ୍ରସାଦ ବାହିନୀପତିଙ୍କ ଦିନିକିଆ ଗଜପତି ଗସ୍ତ

0 135

ପାରଳାଖେମୁଣ୍ଡି,୬/୯-ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗଜପତି ଜିଲ୍ଲାର କାଶୀ ନଗର ବ୍ଳକର ବୃହତ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ପାରଳାଖେମୁଣି ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାର ଗଜପତି ଜିଲ୍ଲା ପାଇଁ ବିକାଶର ୨୨ ବର୍ଷର ଶାସନ କାଳ ମଧ୍ୟରେ ଜିଲ୍ଲାର ବିକାଶ କଣ କରିଛନ୍ତି ବୋଲି ପ୍ରଶ୍ନବାଚି ସୃଷ୍ଟି କରିଛନ୍ତି । ଜିଲ୍ଲାରେ ଦାଦନ ଶ୍ରମିକମାନଙ୍କୁ କାମ ଧନ୍ଦା ନ ଯୋଗାଇପାରିବାରୁ ବାହାର ରାଜ୍ୟକୁ ପୁଣି ଫେରିଗଲେ । ବାହାର ରାଜ୍ୟର କମ୍ପାନୀର ମାଲିକ ମାନେ ବସ ପଠାଉଥିବାରୁ ଗଜପତି ଜିଲ୍ଲା ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ ଶିଳ୍ପର ବିକାଶ ନାହିଁ । ଜିଲ୍ଲାରେ ଶିଳ୍ପର ବିକାଶ ନଥିବାରୁ ଲୋକେ କାମ ପାଇ ପାରୁ ନାହାଁନ୍ତି । ଜିଲ୍ଲାରେ ଶିକ୍ଷିତ ଯୁବକ ଯୁବତୀମାନେ କର୍ମ ନିଯୁକ୍ତି ପାଇପାରୁନାହାଁନ୍ତି । ଯାହାଫଳରେ ବେକାରୀ ସମସ୍ୟା ଉପୁଜୁଛି । ଜିଲ୍ଲାରେ ଚାଷୀଙ୍କୁ ଉପଯୁକ୍ତ ଦରରେ ସାର ପାଇ ପାରୁନାହାଁନ୍ତି । ସାରର କଳା ବଜାରୀ ଚଢା ଦରରେ ବିକ୍ରି ହେଉଅଛି । ଶହ ଶହ ବର୍ଷ ଧରି ରହିଥିବାଲୋକଙ୍କୁ ଜମିର ପଟ୍ଟା ମିଳୁ ନାହିଁ । କୋଭିଡି୧୯ ରେ ମାସ୍କ, ବ୍ୟାପକ ଦୁର୍ନୀତି ପଞ୍ଚାୟତ ଠାରୁ ସେକ୍ରେଟାରୀ ପର୍ଯ୍ୟନ୍ତ ହରିଲୁଟ ଚାଲିଥିବାର ଅଭିଯୋଗ କରିଛନ୍ତି ରାଜ୍ୟରେ ଦୁର୍ନୀତି ଅନୀତି ଛଡା ସୁନୀତି ନାହିଁ । ଯୁବ ସମାଜ, ସାମ୍ବାଦିକ, ଚାଷୀ, ସ୍ୱର ଉତ୍ତୋଳନ କଲେ ଜିଲ୍ଲାର ବିକାଶ ଓ ରାଜ୍ୟର ବିକାଶ ହୋଇ ପାରିବ । ଏକ ଛତ୍ରବାଦ ଶାସନ ରାଜ୍ୟରେ ଚାଲୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ଆଗରେ ପରିପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା,ମନୋଜ ସାହୁ ସଞ୍ଜୟ ଅଧିକାରୀ,ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝୀ ଓ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − 3 =