ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

0 74

ଗଜପତି,୨୭/୯- ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁନାଥ ଆୟାର ଗଜପତି ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଚାଲୁ ରହିଥିବା ୫ ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟଗୁଡିକ ବୁଲି ଦେଖିଥିଲେ । ତିନି ଗୋଟି ସ୍ମାର୍ଟ କ୍ଳାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର କାର୍ଯ୍ୟ ତଦାରଖ କରିବା ସହ ନୀତି ଆୟୋଗର ଆର୍ଥିକ ସହାୟତାରେ ନିର୍ମାଣ ହେବାକୁ ଥିବା ଅଟଳ ଟିଙ୍କରିଂଗ ଲେବ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଦ୍ୟାଳୟ ଶିକ୍ଷକ ବିଶ୍ରାମାଗାରରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଶିକ୍ଷାଦାନ କାର୍ଯ୍ୟକ୍ରମ, ଇ-ଲାଇବ୍ରେରୀ କେରିଅର ପୋର୍ଟାଲ ସମ୍ପର୍କରେ ଆଲୋଚନା କରି ପରାମର୍ଶ ଦେଇଥିଲେ । ଉକ୍ତ ଆଲୋଚନାରେ ପ୍ରଧାନ ଶିକ୍ଷକ ଡ. ବୃଷକେତୁ ଦାଶ ସଂପ୍ରତି ଚାଲିଥିବା ମୂଲ୍ୟାୟନ ପଦ୍ଧତି ଓ ମେନଟର ଦାୟିତ୍ୱ ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ । ନିର୍ଦ୍ଦେଶକ ବିଦ୍ୟାଳୟର ଶିକ୍ଷିକ ଓ ରୂପାନ୍ତରୀକରଣ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ । ନିର୍ଦ୍ଦେଶକଙ୍କ ଗସ୍ତ କାଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two − 1 =