ଡ୍ରେନେଜ ପୋତିହୋଇ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ

0 124

ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କିଛିଦିନ ତଳେ ସହରକୁ ସରସ ସୁନ୍ଦର କରିବା ସକାଶେ ଜବର ଦଖଲ ଉଚ୍ଛେଦ ଫାୟାର ଷ୍ଟେସନ ଛକ ଠାରୁ କୋର୍ଟପର୍ଯ୍ୟନ୍ତ ଉଚ୍ଛେଦ କରାଗଲା । ଉଚ୍ଛେଦ ସମୟରେ ଭଙ୍ଗା ରୁଜା ଜିନିଷ ଗୁଡିକ ଡ୍ରେନରେପଡି ନାଳ ପୋତି ହୋଇଯାଇଛି । ଯାହାଫଳରେ ଡ୍ରେନେଜ ପାଣି ଦୀର୍ଘଦିନ ହେଲା ରାସ୍ତାରେ ଭାସୁଛି । ରାସ୍ତା ଖାଲ ଖମା ହୋଇ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଅପରିଷ୍କାର ପାଣି ରାସ୍ତାରେ ଭାସିବା ଦ୍ୱାରା ଦୁଇ ଚକିଆ, ଚାରି ଚକିଆ ଯାନ ଗଲା ବେଳେ ପଦଚାରୀଙ୍କ ଉପରକୁ ଛି଼ିଟୁକୁଛି ଯାହା ଫଳରେ ପଥଚାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଦୀର୍ଘଦିନ ହେଲା ଡ୍ରେନେଜ କାମ ହେଉନଥିବାରୁ ସହରବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ଏହିଭଳି କାମକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଆଗାମୀ ଦିନରେ ସହରବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ଗଣ ମାଧ୍ୟମକୁ ମତ ପ୍ରକାଶ କରିଛନ୍ତି । ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଡ୍ରେନେଜ କାମ ଶୀଘ୍ର ତ୍ୱରାନ୍ୱିତ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 − 7 =