ସହରରେ ବୁଲା କୁକୁରଙ୍କ ଉପଦ୍ରବ ଦିନକୁଦିନ ବୃଦ୍ଧି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

0 96

ପାରଳାଖେମୁଣ୍ଡି,୧୪/୩- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସାହି ଗଳି ଛକ ଗୁଡିକରେ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସକାଳୁ ପ୍ରାତଃଭ୍ରମଣ ସମୟରେ ବରିଷ୍ଠ ନାଗରିକ ବା ସହରବାସୀ ଯିବାଆସିବା କରିବାବେଳେ ଭୁକି କାମୁଡିବା ପାଇଁ ଉପରକୁ ଆସନ୍ତି ଯାହାଦ୍ୱାରା ସହରବାସୀ ଭୟଭୀତ ହୋଇଯାଇଥାନ୍ତି । କୌଣସି କାମରେ ସକାଳୁ ବସରେ ଯିବାକୁହେଲେ କୁକୁର କାମୁଡିବାକୁ ଗୋଡାଇଥାନ୍ତି । ସେହିଭଳି ସନ୍ଧ୍ୟା ସମୟରେ ମଧ୍ୟ ମଠ ମନ୍ଦିର ଯିବା ସମୟରେ ବରିଷ୍ଠ ନାଗରିକମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଛାତ୍ର ଛାତ୍ରୀ ଟିୟୁସନ ବା ସ୍କୁଲ କଲେଜ ଯିବା ସମୟରେ ଭୟଭୀତ ହୋଇଯାଆନ୍ତି । ଦୀର୍ଘ ଦିନ ହେଲା ଏହି ସମସ୍ୟା ସହରରେ ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି ପୌର ପରିଷଦର କିଛି ପଦକ୍ଷେପ ନନେବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି । ବିଭିନ୍ନ ସମୟରେ ସହରର ଲୋକଙ୍କୁ କୁକୁର କାମୁଡିଥିଲେ ସୁଦ୍ଧା ପୌର ପରିଷଦ ନିଦାବିଷ୍ଣୁ ପାଲଟିଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପନେଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

6 + 1 =