ପାରଳାଖେମୁଣ୍ଡିରେ ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

0 84

ପାରଳାଖେମୁଣ୍ଡି,୧୮/୯- କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌର ।ଞ୍ଚଳରେ ଆଜି ଦ୍ୱିତୀୟ ଦିନରେ ସେରୋ ସର୍ଭିଲେନ୍ସ ଆରମ୍ଭ ହୋଇଛି । ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମକୁ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି । ଜଗଜଉ ତରଫର ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକ ମାନଙ୍କୁ ନେଇ ୧୬ଟି ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପୌର ।ଞ୍ଚଳରେ୧୬ଗୋଟି ୱାର୍ଡ଼କୁ ନେଇ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତିକ୍ଲଷ୍ଟରରେ ଅନ୍ୟୁନ ୫୦ ବ୍ୟକ୍ତିଙ୍କ ଠାରୁ ରକ୍ତନମୁନା ସଂଗ୍ରହ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଲେବୋରଟେରି, ଟେକ୍ନିସିଆନ, ଷ୍ଟ ।ପନର୍ସ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ, ଗୋଷ୍ଠୀ ସଙ୍ଗଠିକା ସାମିଲ ହୋଇ ସହାୟତା କରୁଛନ୍ତି । ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ୱାର୍ଡ଼ରେ ସେରୋ ସର୍ଭିଲେନ୍ସ ଚାଲିଛି । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବିଭିନ୍ନ ଜାଗାରେ ହେଉ ଥିବା ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତଦାରଖ କରିଥିଲେ । ଦ୍ୱିତୀୟ ଦିନରେ ଦଶ କ୍ଲଷ୍ଟରରୁ ପାଞ୍ଚଶହ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଦ୍ୱିତୀୟ ଦିନରେ କରଣ ସାହି, ଓଡ଼ିଆ ସାହି, ବଡ ବ୍ରାହ୍ମଣ ସାହି, ମାର୍କେଟ ସାହି, ସିଗିଡ଼ି ସାହି, ଫ୍‌ରେରନ୍ସ କଲୋନୀ, ଖଞ୍ଜା ସାହି, ଗୋଲା ସାହି, ବାଟଗୌଡ଼ ସାହି, ବଡ଼ ମାଡ଼ିଆ ସାହି ପ୍ରଭୃତିରୁ ରକ୍ତନମୂନା ସଂଗ୍ରହ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen + fifteen =