ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ପାଳିତ

0 89

ଗଜପତି,୫/୧୧- ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ କାଶୀନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ଧନ୍ୱନ୍ତରୀ ଓ ଆୟୁର୍ବେଦ ଶାସ୍ତ୍ରର ତାତ୍ପର୍ଯ୍ୟ ଓ ମହତ ଉଦ୍ଦେଶ୍ୟ ଉପରେ କହି ଥିଲେ । ଆୟୁର୍ବେଦ ଚିକିତ୍ସା ଉପରେ ପୂର୍ବେ ଆଦର ଓ ବିଶ୍ୱସନୀୟ ଥିଲା । ଏହା କ୍ରମେ ଲୋପ ହୋଇଯିବାରେ ଲାଗିଛି । ଜୀବନଶୈଳୀର ସୁସ୍ଥ ଜୀବନ ଯାପନ ପ୍ରଣାଳୀରେ ଆୟୁର୍ବେଦ ଔଷଧର ବ୍ୟବହାର ଓ ଉପଯୋଗିତାର ଯଥେଷ୍ଟ ଆବଶ୍ୟକତା ରହିଛି । ତେଣୁ ଏହାକୁ ବଞ୍ଚାଇ ରଖିବା ସହ ଏହାର ପ୍ରଚାର ପ୍ରସାର ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରା ହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ ଯୋଗ ଦେଇ ଆୟୁର୍ବେଦ ଚିକିତ୍ସକ ମାନଙ୍କ ରୋଗ ନିଦାନର ବିଶେଷତ୍ୱ ଓ ସମ୍ମୁଖୀନ ହେଉଥିବା ସରକାରୀ ବ୍ୟବସ୍ଥା ଉପରେ କହିଥିଲେ । ପାରଳାଖେମୁଣ୍ଡିସ୍ଥିତ ଗଜପତି ଫାର୍ମାସି କଲେଜର ଅଧ୍ୟକ୍ଷ ଡାକ୍ତର ସଚ୍ଚି଼ିଦାନନ୍ଦ ଦାସ, ମୁଖ୍ୟବକ୍ତା ଭାବେ ଯୋଗଦେଇ ଆୟୁର୍ବେଦ ଶାସ୍ତ୍ରର ଉତ୍ପତ୍ତି ଓ ବିଭିନ୍ନ ଗୁଳ୍ମ ବୃକ୍ଷଲତାରେ ରହିଥିବା ଔଷଧୀୟ ଗୁଣ ଓ ତାର ବ୍ୟବହାର ଉପରେ କହି ବିଭିନ୍ନ ରୋଗର ଉପଶମ ପାଇଁ ଆୟୁର୍ବେଦ ଔଷଧର ବ୍ୟବହାର ଓ ଗୁଣବତ୍ତା ଉପରେ କହିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ବିଶିଷ୍ଟ କବିରାଜ,ବୈଦ ଆୟୁଷ ଡାକ୍ତର ମାନଙ୍କୁ ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ପକ୍ଷରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କବିରାଜ କମ୍ପ ପାଢ଼ୀ ପ୍ରାରମ୍ଭରେ ବେଦ ପାଠ କରିଥିବା ବେଳେ ଫାର୍ମାସିର ନଳିନୀକାନ୍ତ ପାତ୍ର ସ୍ୱାଗତ ଭାଷଣ ଓ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ଧନ୍ୟବାଦ ଦେଇଥିଲେ ଏବଂ କବିରାଜ ରାମନାଥ ପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସକାଳେ ଧନ୍ୱନ୍ତରୀଙ୍କ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରାଯାଇଥିଲା । ରାମନାଥ ପାତ୍ର, ଡାକ୍ତର ପୂର୍ଣ୍ଣଚନ୍ଦ୍ର ପାତ୍ର, ରମାକାନ୍ତ ପାତ୍ର, ପ୍ରକାଶ ପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four + eight =