ପ୍ରଗତି ମହିଳା ସଙ୍ଗଠନର ମକର ଉତ୍ସବ ପାଳନ

0 74

ପାରଳାଖେମୁଣ୍ଡି,୧୫/୧- ମକର ଉତ୍ସବରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ଆଭାଷୀ ଆଲୋଚନାରେ ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ କୁଟୁମ୍ବକମ୍‌ ନୀତି ଓ ଆଦର୍ଶକୁ ଉଚ୍ଚାରଣରେ ନୁହେଁ ଆଚରଣରେ ପରିଣତ କରିବା ଦରକାର ବୋଲି ଅଂଶଗ୍ରହଣକାରୀମାନେ କହିଥିଲେ । ଏହି ଗଣପର୍ବ ଜାତି, ଧର୍ମ, କର୍ମ, ଧନୀ, ଗରିବ, ଲିଙ୍ଗ ନିର୍ବିଶେଷରେ ଆମେ ଏକ ଅଭିନ୍ନ ଆମର ମାନବିକତା ଓ ନୈତିକତାକୁ ସଦାସର୍ବଦା ସବୁକର୍ମରେ ଲଗାଇ ନାରୀ ସମାଜକୁ ବିକାଶ ପଥରେ ନେବା ଜରୁରୀ ବୋଲି ବକ୍ତାମାନେ ସ୍ୱୀକାର କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଭାବଚନ୍ଦ୍ରିକା ଦେବୀ(ଜୟପୁର),ଗୀତିଶ୍ମିତା ସାହୁ (ସୋରଡ଼ା)ଯୋଗଦାନ କରିଥିଲେ । ମମତା ପାଢ଼ୀ, ଡ.ମୋହିନୀ ପ୍ରଧାନ, ନିବେଦିତା ପଟ୍ଟନାୟକ ଯୋଗ ଦେଇଥିବାବେଳେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ଏବଂ ଡାକ୍ତର ମୁର୍ମୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଶେଷରେ ମମତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + 16 =