ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ବିକ୍ଷୋଭ

0 91

ଗଜପତି,୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ପକ୍ଷରୁ ବିକ୍ଷୋଭ କରାଯାଇଛି । ଗାଁ ସାଥୀଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତ ରାଜ୍‌ ଏବଂ ପାନୀୟ ଜଳ ଯୋଗାଣ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଛି । ହେଲେ ଗାଁ ସାଥି ସଙ୍ଘ ତାକୁ ତୀବ୍ର ବିରୋଧ କରୁଛି । ସେହି ଭଳି ଗାଁ ସାଥିକୁ ମାସର ସର୍ବନିମ୍ନ ୧୦ ଦିନର କାମ ଯୋଗାଇ ଦେବା ସହ ନିୟମ ଅନୁସାରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା ରାଜ୍ୟର ଜବକାର୍ଡ ଧାରିଙ୍କୁ ବାର୍ଷିକ ୨୦୦ ଦିନର କାମ ସହ ଦୈନିକ ୩୦୦ ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଗଜପତି ଜିଲ୍ଲା ଗାଁ ସାଥି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଣୁ ଏହିଭଳି ବିକ୍ଷୋଭ କରାଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ୭ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ସଙ୍ଘ ନିଷ୍ପତ୍ତି ନେଇଥିବା ଗଜପତି ଜିଲ୍ଲା ସଙ୍ଘ ସଭାପତି ପଞ୍ଚୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two + 17 =