ଆକାଂକ୍ଷା ସମୀକ୍ଷା ବୈଠକ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ

0 88

ଗଜପତି/ପାରଳାଖେମୁଣ୍ଡି,୧୯/୪: ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଖାଦ୍ୟ ଉତ୍ପାଦନ ଶିଳ୍ପ ତଥା ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଂ ପଟେଲଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷା’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ମାଇକ୍ରୋ ଏବଂ ସ୍କିଲ ଉନ୍ନତିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍‌ଏସ୍‌ବିୱାଇ ଯୋଜନା ଓ ସୌଭାଗ୍ୟ ଯୋଜନା ଉପରେ ପୁଙ୍ଖନୁପୁଙ୍ଖା ଆଲୋଚନା କରିଥିଲେ । ଗଜପତି ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ତଥା ଆକାଂକ୍ଷା ଜିଲ୍ଲାରେ ପରିଗଣିତ ହୋଇଥିବାରୁ ଭାରତ ସରକାର ଦ୍ୱାରା ବିଭିନ୍ନ ଯୋଜନା ମଧ୍ୟରେ ହାତକୁ ନିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠି, ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡି ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମୀକ୍ଷା ବୈଠକରେ ଗଜପତି ଜିଲ୍ଲାର ଏ. ସୁରିତା କଲିକାତାର ନାରାୟଣ ହସ୍ପିଟାଲରେ, ରାଇପୁର ହସ୍ପିଟାଲରେ ମେଘନାଙ୍କ ଚିକିତ୍ସା ଏବଂ ଜୟଦେବ ଆଇସ୍ପେସଟାକଲେସ କେନ୍ଦ୍ର ସରକାର ଦ୍ୱାରା ଆରବିଏସକେ ଯୋଜନାରେ ଚିକିତ୍ସା ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ସମ୍ମାନୀତ କରିଥିଲେ । ପରେ କେନ୍ଦ୍ର ମନ୍ତ୍ରୀ କେରାଣ୍ଡି ଗ୍ରାମପଞ୍ଚାୟତ ପରିଦର୍ଶନ କରି ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମା ମାନଙ୍କୁ ଜଳ ସମସ୍ୟା ଉପରେ ପଚାରି ବୁଝିଥିଲେ । ଏଥିରେ କେରାଣ୍ଡି ପଂଚାୟତ ସରପଞ୍ଚ ଶ୍ରୀ ଦଣ୍ଡପାଣି, ନାଇବ ସରପଞ୍ଚ ଶ୍ରୀମତୀ ଅମିତି ମହାଲକ୍ଷ୍ମୀ, ସମିତି ମେମ୍ବର ଶ୍ରୀ ଡୋନକାନି ଧରମା, ଗୋଷାଣୀ ବିଡ଼ିଓ ଶ୍ରୀ ନୀଳମାଧବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ସମଗ୍ର ଭାରତ ବର୍ଷରେ ୧୧୨ଗୋଟି ଜିଲ୍ଲା ପଛୁଆ ଜିଲ୍ଲା ତଥା ଆକାଂକ୍ଷା ଜିଲ୍ଲା ଭାବେ ଚିହ୍ନଟ କରାଯାଇ ପରିଗଣିତ ହେଉଛି । ଓଡିଶାର ୧୦ଗୋଟି ଜିଲ୍ଲା ମଧ୍ୟରୁ ଗଜପତି ଏହି ଆକାଂକ୍ଷା ଜିଲ୍ଲାରେ ପରିଗଣିତ ହେଉଛି । ଏହି ଜିଲ୍ଲା ଗୁଡିକର ବିକାଶ ତଥା ଉନ୍ନୟନକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମୀକ୍ଷା କରାଯାଉଛି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାରେ ମଧ୍ୟ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seventeen + seventeen =