ଗଜପତି ଜିଲ୍ଲାରେ ଚାଲିଛି ସାରର କଳା ବଜାରୀ , କୃଷି ବିଭାଗ ସାଜିଛି ନିଦା ବିଷ୍ଣୁ

0 126

ଗଜପତି,୨୬/୮- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଛନ୍ତି ।ଜିଲ୍ଲାରେ ୭ଟି ବ୍ଳକ ମଧ୍ୟରୁ କାଶୀନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଚାଷୀ ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷ ସକାଶେ ସାର ଦରକାର କରିଥାଏ କିନ୍ତୁ ସାରର ଅଭାବ ସାଙ୍ଗକୁ କଳା ବଜାରୀ ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ନିଦା ବିଷ୍ଣୁ ପାଲଟିଛି । ଯାହା ଫଳରେ ଚାଷୀ ବହୁତ ହଇରାଣ ହେବା ସାଙ୍ଗକୁ ଅଧିକା ଟଙ୍କା ଦେଇ ସାର କ୍ରୟ କରିବାକୁ ପଡୁଛି । ଚାଷୀ ଚାଷ କରିବା ସକାଶେ ବିମୁଖ ହୋଇ ନିଜ ଜମି ଭାଗ ଚାଷ ଦେଇ ନିଜ ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛି । ଏଥି ସକାଶେ ରାଜ୍ୟ ସରକାର ହେଉ ବା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଚାଷୀକୁଳ ଉପକୃତ ହେବେ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉକି ଗତକାଲି ୪୬ ତମ ଜିଲ୍ଲା ପରିଷଦ ବୈଠକରେ କୃଷି ବିଭାଗକୁ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ସାରର କଳା ବଜାରୀ ହେଉଥିବାର ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ମଧ୍ୟ ତା ଉପରେ କୃଷି ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେଇ ନିଦା ବିଷ୍ଣୁ ପାଲଟିଥିବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

20 − 18 =