ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ଋଣ-ମେଳା : ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ବଣ୍ଟନ

0 105

ଗଜପତି,୧୦/୧୦- ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ଏକ ମେଗା ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଋଣ-ମେଳା କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣଙ୍କୁ ବିଭିନ୍ନ ବ୍ୟବସାୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ୫ କୋଟିରୁ ଉର୍ଦ୍ଧ୍ୱ ଋଣ-ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ୟୁନିଅନ(ଆନ୍ଧ୍ର) ବ୍ୟାଙ୍କର ଲିଡ଼-ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ଋଣ-ମେଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିଭଳି ୟୁନିଅନ ବ୍ୟାଙ୍କର ରାଜ୍ୟମୁଖ୍ୟ ତଥା ମହାପ୍ରବନ୍ଧକ ଶ୍ରୀ ରମାକାନ୍ତ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରି ବ୍ୟାଙ୍କ ମାନଙ୍କ ଗୁଣାବଳୀ ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ , ସାମାଜିକ ସୁରକ୍ଷା ଯୋଜନା ଯଥା:- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା , ଜନଧନ ଯୋଜନା , ଅଟଳ ପେନସନ ଯୋଜନା ସମେତ ପ୍ରଧାନମନ୍ତ୍ରୀ ସ୍ୱନିଧି ଓ ମୁଦ୍ରା ଯୋଜନା ପ୍ରଭୃତି ଯୋଜନାରେ ଲୋକମାନଙ୍କ ଅନ୍ତର୍ଭୁକ୍ତି ଓ ସେସବୁର ପରିକଳ୍ପନା ଉପରେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଦେଶର ୮୦ ଭାଗ ଲୋକ ଗରିବ ଓ ବେକାରୀ । ଦେଶର ବିକାଶ ହେବାକୁ ହେଲେ ମା’ ମାନେ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବାକୁ ହେବ । କେନ୍ଦ୍ର ସରକାର କି ରାଜ୍ୟ ସରକାର ଯିଏ ବି ହୁଅନ୍ତୁ ସମସ୍ତଙ୍କ ଗୋଟିଏ ମନ୍ତ୍ର ଯେ , ସରକାରୀ ଯୋଜନା ଲୋକଙ୍କ ନିକଟତର ହେଲେ ଦେଶର ଆର୍ଥିକ ବିକାଶ ଘଟିବ । ଏହାର ପରିକଳ୍ପନା କରାଯାଇ ବ୍ୟାଙ୍କ ମାଧ୍ୟମରେ ଋଣ ଦେଇ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇ ଅର୍ଥନୈତିକ ବିକାଶରେ ଅଭିବୃୃଦ୍ଧି ଘଟାଇବା ଏହାର ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ସେକ୍ଟରରେ ଋଣ ନେବାପାଇଁ ଜିଲ୍ଲାବ୍ୟାପୀ ରହିଥିବା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୪୦୦ରୁ ଉର୍ଦ୍ଧ୍ୱ ଦରଖାସ୍ତ ଆସିଥିବାବେଳେ ସେଥିମଧ୍ୟରୁ ମଞ୍ଜୁର ହୋଇଥିବା ୭୦ରୁ ଉର୍ଦ୍ଧ୍ୱ ଜଣଙ୍କୁ ପ୍ରାୟ ୬ କୋଟି ଟଙ୍କାର ବ୍ୟକ୍ତିଗତ ଓ ଦଳଗତ ଭାବେ ଋଣଟଙ୍କା ଚେକ ଆକାରରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ବ୍ୟାଙ୍କ ଋଣମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିଅନ ବ୍ୟାଙ୍କର ରାୟଗଡା ରିଜିଓନାଲ ହେଡ ଶ୍ରୀ ଶୁଶାନ୍ତ କୁମାର ଦାସ ଓ ଆରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ମ୍ୟାନେଜରମାନେ ମଞ୍ଚାସୀନ ଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ଏସଏଚଜି ଦଳ ମା’ ସଦସ୍ୟା ଓ ଋଣ ନେବା ଲୋକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ମିଶନ ଶକ୍ତି ପକ୍ଷରୁ ମଧ୍ୟ ଗ୍ରାହକ ସଚେତନତା ଷ୍ଟଲ ଗୁଡାକ ଖୋଲା ଯାଇଥିଲା ଏବଂ କାର୍ଯ୍ୟକ୍ରମରେ ବିଭିନ୍ନ ଋଣ ସମ୍ବନ୍ଧୀୟ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × two =