ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷାକଲେ କେନ୍ଦ୍ରୀୟ ଟିମ

0 184

ଗଜପତି,(ହୀ.ପ୍ର)- ଗୋଶାଣି ବ୍ଳକର ବଡ ଗାଁ ଏବଂ ବଡ଼ ଗୋଶାଣି ଗ୍ରାମରେ, ରାୟଗଡା ବ୍ଳକର ଆଶୀର୍ବାଦ ନଗରରେ ଓ ଲାଟି ଗାଁରେ, ମୋହନା ବ୍ଳକର ହିକ୍ରିକୁମ୍ପା ଓ ଲିଲିଗୁଡା ଗାଁରେ ଏବଂ ଆର ଉଦୟଗିରି ବ୍ଳକର ରଣ୍ଡିବା ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ ଟିମ୍‌ ନଭେମ୍ବର ମାସ ୨୫ ଓ ୨୬ ତାରିଖରେ ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କେନ୍ଦ୍ରୀୟ ଜଳ ଜୀବନ ମିଶନ ପ୍ରକଳ୍ପର ଅଣ୍ଡର ସେକ୍ରେଟେରୀ ଶ୍ରୀ ବିକାଶ ଶ୍ରୀବାସ୍ତବ ଏବଂ ଗ୍ରାମ୍ୟ ଭିତ୍ତିଭୂମି କଂସୁଲଟାଣ୍ଟ ଶ୍ରୀ ଅଭିୟାନତେଶ ବର୍ମା ପଞ୍ଚାୟତ ଅଫିସ ସଭା ଗୃହରେ ପ୍ରତ୍ୟେକ ହିତାଧିକାରୀ ଯେପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ବିଷୟରେ ବୁଝାଇଥିଲେ ହିତାଧିକାରୀଙ୍କ ଘରକୁ ଯାଇ କାର୍ଯ୍ୟର ତଦାରଖ କରି ଜଳ ସଂରକ୍ଷଣ ଓ ଅଦରକାରୀ ଜଳକୁ କିପରି କାର୍ଯ୍ୟରେ ଲଗାଇବେ ତାହା ଲୋକମାନଙ୍କୁ କହି ଥିଲେ । ଏଥିରେ ଓଡ଼ିଶା ସରକାରଙ୍କ ଗଜପତି ଜିଲ୍ଲାର ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁମାରୀ ସ୍ୱୟଂପ୍ରଭା ସେଠୀ, ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସାହୁ, ସରକାରୀ ଯନ୍ତ୍ରୀ ଶିବ ପ୍ରସାଦ ପାଳ, ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ବେହେରା, କନିଷ୍ଠ ଯନ୍ତ୍ରୀ ନାରାୟଣ ସେଠୀ, କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ, ଜଳ ପରୀକ୍ଷକ ରୋଶନ କୁମାର ପାତ୍ର,ଏସ ଇ ଏମ୍‌ ଓ ଗ୍ରାମ୍ୟ ବିକାଶ କର୍ମକର୍ତ୍ତା, ଶିକ୍ଷା କର୍ମୀ,ଅଙ୍ଗନୱାଡି କର୍ମୀ ପଞ୍ଚାୟତର ସଦସ୍ୟ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 5 =