ଗଜପତି,୨୭/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠା ଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି । ଟୀକାକରଣ ଅଭିଯାନ ତିନି ଦିନ ଧରି ଚାଲିବ ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
![](https://hiranchallive.in/wp-content/uploads/2022/02/Gajapati-polio-1-1024x768.jpg)
ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଳକରେ ସ୍ଥାପିତ ବୁଥ ଗୁଡିକ ଶୁନରୁ ୫ ବର୍ଷର ଶିଶୁମାନଙ୍କୁ ଏହା ଦିଆଯିବାକୁ ଥିବାବେଳେ କୌଣସି କାରଣରୁ ବାଦ୍ ପଡିଯାଇଥିବା ଶିଶୁମାନଙ୍କୁ ଆସନ୍ତା ଦୁଇଦିନରେ ଦିଆଯିବ । ସ୍ୱାସ୍ଥ୍ୟ କର୍ମୀମାନେ ଏହି ଦୁଇ ଦିନ ଘରଘର ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏହି କାର୍ଯ୍ୟକ୍ରମ ଯେପରି ସଫଳତାର ସହ ଆୟୋଜିତ ହେବ ଏବଂ କେହିବି ଜଣେହେଲେ ଶିଶୁ ଯେପରି ଏଥିରୁ ବଞ୍ଚିତ ନହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)