କୋଭିଡ ଟୀକାକରଣ ସମ୍ବନ୍ଧୀୟ ସୂଚନା ଦେଲେ ଜିଲ୍ଲା ପ୍ରଶାସନ

0 183

ଗଜପତି,୨୦/୫- ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି, ପଞ୍ଚାୟତ ସମିତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ନିମ୍ନ ଲିଖିତ ଯୋଗ୍ୟବ୍ୟକ୍ତିଙ୍କୁ କୋଭିସିଲ ଟୀକା ଦ୍ୱାରା ଟୀକାକରଣ କରାଯାଉଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ ଟୀକା ଦେବାର ବ୍ୟବସ୍ଥା ଅଛି । ପ୍ରଥମ ଡୋଜ ଦେବାର ୮୪ ଦିନ ପରେ ଟୀକାକରଣ ଦ୍ୱିତୀୟ ଡୋଜ ଦେବାର ବ୍ୟବସ୍ଥା ଅଛି । ସରକାରଙ୍କ ନିଷ୍ପତ୍ତି ପ୍ରକାରେ ବିଭିନ୍ନ ବିଭାଗର କୋଭିଡ ଯୋଦ୍ଧା ମାନଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା ଅଛି । ନିମ୍ନଲିଖିତ ପରାମର୍ଶ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି । କୋଭିଡ ରୋଗୀ ସୁସ୍ଥ ହେବାର ତିନିମାସ ପରେ ଟୀକା ଗ୍ରହଣ କରିପାରିବେ । ପ୍ଲାଜମା ଗ୍ରହଣ କରି ସୁସ୍ଥ ହୋଇଥିବା କୋଭିଡ ରୋଗୀ ତିନି ମାସ ପରେ ଟୀକା ଗ୍ରହଣ କରି ପାରିବେ । କୌଣସି ଗୁରୁତର ରୋଗୀ ଆଇ.ସି.ୟୁରେ ରହି ଚିକିତ୍ସା ହୋଇଥିଲେ ୪ ରୁ ୮ ସପ୍ତାହ ପରେ ଏହି ଟୀକା ଗ୍ରହଣ କରି ପାରିବେ । ି ଟୀକା ଗ୍ରହଣର ୧୪ ଦିନ ପରେ ରକ୍ତଦାନ କରି ପାରିବେ । ି ଟୀକାକରଣ ପୂର୍ବରୁ କୋଭିଡ ପରୀକ୍ଷା କରିବା ଜରୁରୀ ନୁହେଁ । ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁଯାୟୀ ସନ୍ତାନକୁ ଦୁଗ୍ଧପାନ କରାଉଥିବା ପ୍ରସୂତି ମାଆମାନେ ମଧ୍ୟ ଟୀକା ଗ୍ରହଣ କରିପାରିବେ । ୧୮ ରୁ ୪୪ ବର୍ଷର ବ୍ୟକ୍ତି ମାନଙ୍କ ପାଇଁ ଟୀକାକରଣ ଗଜପତି ଜିଲ୍ଲାରେ ଆରମ୍ଭ ହୋଇନାହିଁ, ଏହି ଦିଗରେ ତଥ୍ୟ ଆଗାମୀ ଦିନରେ ଜଣାଇ ଦିଆଯିବ । ବର୍ତ୍ତମାନ ଜିଲ୍ଲାରେ ୨୭ ଗୋଟି କେନ୍ଦ୍ରରୁ ଟୀକାକରଣ କରିବାର ବ୍ୟବସ୍ଥା ଥିଲେ ସୁଦ୍ଧା ଆଜିର ଦିନରେ ୧୧ ଗୋଟି କେନ୍ଦ୍ରରେ ଟୀକାଦିଆ ଚାଲିଛି । ଜିଲ୍ଲାରେ ଆଜି ସୁଦ୍ଧା ୬୩,୩୬୭ ଜଣ ଟୀକାକରଣ ପ୍ରଥମ ଡୋଜ ଗ୍ରହଣ କରିଥିବା ବେଳେ,୨୦ ହଜାର ୬୪୬ ଜଣ ଦ୍ୱିତୀୟ ଡୋଜ ଟୀକାକରଣ ଗ୍ରହଣ କରିସାରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − 11 =