ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ମାଫିଆ ଗିରଫ

0 255

ବାଲିଗୁଡ଼ା,୨୦/୫: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ୍‌ । ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ସରକାର ସଟଡାଉନ, ଲକ୍‌ ଡାଉନ୍‌ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀମାନେ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସପି ଶ୍ରୀ ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡା ଏସ.ଡି.ପି.ଓ ଶ୍ରୀ ମନୋଜ କୁମାର ପୂଜାରୀ ଗଞ୍ଜେଇ ମାଫିଆଙ୍କ ଗତିବିଧି ଉପରେ ନଜର ରଖିଥିଲେ । ବିଶେଷ ସୂତ୍ରରୁ ଖବରପାଇ ବାଲିଗୁଡା ଏସ.ଡି.ପି.ଓ ଶ୍ରୀ ମନୋଜ କୁମାର ପୂଜାରୀ ବାଲିଗୁଡା ପୋଲିସ ଟିମ୍‌ କୁ ସିନ୍ଦ୍ରିଗାଁ, ଅଣ୍ଡାରୀ ଗାଁ , କିଲୁ ଗାଁ ରାସ୍ତାରେ ପେଟ୍ରୋଲିଂ ପାଇଁ ର୍ନିେଶ ଦେଇଥିଲେ । ଅଣ୍ଡାରୀ ଗାଁ- କିଲୁ ଗାଁ ରାସ୍ତାର ପାର୍ଶ୍‌ବବର୍ତୀ ଜଙ୍ଗଲରେ ଗଞ୍ଜେଇ ମଫିଆ ମାନେ ଗଞ୍ଜେଇ ଠୁଳ କରି ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ବେଳେ ଏସ.ଆଇ ଦୀପକ ରାଉତ ଓ ତାଙ୍କ ଟିମ୍‌ ଏହାକୁ ଠାବ କରିଥିଲେ । ଘଟଣା ସ୍ଥଳରୁ ପୋଲିସ୍‌ ୪୬୪କେଜି ଗଞ୍ଜେଇ , ଗୋଟିଏ ବୋଲେରୋ ଯାହାର ନମ୍ବର ଓଆର୦୨ଏୟୁ ୯୮୬୭ ଏବଂ ଜଣେ ଗଞ୍ଜେଇ ମଫିଆକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

15 − 13 =