ମହିଳା ସଙ୍ଗଠନ “ଅନନ୍ୟା’ ତରଫରୁ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ

0 110

ପାରଳାଖେମୁଣ୍ଡି, ୫/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରଗତିଶୀଳ ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣରୁ ନିଜକୁ କିଭଳି ସତର୍କ ରହି ସରକାରଙ୍କ କରୋନା ନିୟମାବଳୀ ତଥା ମାର୍ଗଦର୍ଶିକାକୁ ମାନିବେ ସେ ଉଦ୍ଦେଶ୍ୟ ନେଇ ଏକ ବିରାଟ ଜନସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ଗତକାଲି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ମହାରାଜାଙ୍କ ରାଜନହର ଠାରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ପୌରପରିଷଦର ଯନ୍ତ୍ରୀ ସଞ୍ଜୀବ କୁମାର ଚଂପତ୍ତି ଓ “ଅନନ୍ୟା”ର ଉପଦେଷ୍ଟା ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା ମିଳିତଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶୋଭାଯାତ୍ରାଟି ନଗର ପରିକ୍ରମା କରିବାସହ କରୋନା ସଂକ୍ରମଣରୁ ନିଜକୁ କିଭଳି ଦୁରେଇ ରହିବେ , ସେ ସଂପର୍କିତ ବିଭିନ୍ନ ସ୍ଳୋଗାନମାନ ଦେବାସହ ପ୍ଲା-କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ । ସ୍ୱଚ୍ଛସାଥୀ ଓ ଆଶାକର୍ମୀମାନେ ଜନସଚେତନତା ଶୋଭାଯାତ୍ରାବେଳେ ଲୋକମାନଙ୍କୁ ମାସ୍କ ଓ ପ୍ରଚାରପତ୍ର ବଂଟନ କରିବାସହ ସାନିିଟାଇଜ ହାତରେ ଲଗାଇବା ପାଇଁ ଦେଇଥିଲେ । “ଅନନ୍ୟା”ର ସଭାନେତ୍ରୀ ମମତା ଆପଟ , ସମ୍ପାଦିକା ତନୁଜା ଶତପଥୀ , ଉପ ସଭାନେତ୍ରୀ ମାତଙ୍ଗିନୀ ଗୁରୁ , ପଣ୍ଡିତ ନରସିଂହ ଗୌଡ଼ , ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ଶତପଥୀ , ମମତା ପାଢ଼ୀ ପ୍ରଭୃତି ପରିଚାଳନା କରିଥିବା ବେଳେ ପାରଳାଖେମୁଣ୍ଡିର ପୌର ପରିଷଦ କର୍ମଚାରୀ , ପୋଲିସ ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ , ସ୍ୱଚ୍ଛ ସାଥୀ , ଆଶାକର୍ମୀ ଓ ଅନନ୍ୟା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଗତିଶୀଳ ମହିଳା ସଙ୍ଗଠନ “ଅନନ୍ୟା”ର ସଂପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା କହିଛନ୍ତି , କରୋନାରୁ ସତର୍କ ରହିବା ପାଇଁ ଆମ ହାତରେ ହିଁ ମନ୍ତ୍ର ରହିଛି । ଏ ଦିଗରେ ସରକାରଙ୍କ ନିୟମାବଳୀକୁ ନିଶ୍ଚିତ ମାନିବା । ମାସ୍କ ପିନ୍ଧିବା ସହ ହାତ ସବୁବେଳେ ଧୋଇବା ଓ ସେନିଟାଇଜ କରିବା । ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ । ଜନଗହଳି ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା ସହ ସାମାଜିକ ଦୂରତା ବଜାୟ ରଖିବା । କେନ୍ଦ୍ର ସରକାରଙ୍କ କରୋନା ଟିକାଦାନ ବ୍ୟବସ୍ଥାର ସମସ୍ତେ ଫାଇଦା ନେଇ କରୋନା ମୁକ୍ତ ସମାଜ ଗଠନରେ ସହାୟକ ହେବା ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

2 × one =