ପାରଳାଖେମୁଣ୍ଡି,୨୧/୩‐ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷାର ମୁଖ୍ୟ ଏସ୍ .ମୋତିଲାଲ ରେଡ୍ଡୀଙ୍କ ନିଜ ପୁରୁଣାପାଟଣା ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଗଜପତି ଜିଲ୍ଲାର ବିଭିନ୍ନ ପଛୁଆ ବ୍ଲକ ମାନଙ୍କରେ ସୁରକ୍ଷା ସଂଗଠନ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିଛନ୍ତି, ଯାହା ଜମିହୀନ ତଥା ସାଧାରଣ ଚାଷୀମାନଙ୍କ ଜୀବିକାକୁ ପ୍ରଗତି କରିପାରିଛି । ନାବାର୍ଡ ସହାୟତାରେ ଉନ୍ନତିମୂଳକ ଚାଷ ପଦ୍ଧତି ଦ୍ୱାରା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି । ସର୍ବୋପରି ନିର୍ବାଚିତ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି ମାନଙ୍କୁ ତାଲିମ ମାଧ୍ୟମରେ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିଥିଲେ । ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଡି.ଜଗନ୍ନାଥ ରାଜୁ,ଏ.ଜଗନ୍ନାଥ ରାଜୁ,ଦୂର୍ଗାମାଧବ ପଣ୍ଡା, ଏ. ଆପାରାଓ,ଲିଂଗରାଜ ପାଣିଗ୍ରାହୀ, ସୁନୀଲ ପାତ୍ର,ମିନତୀ ପାଢୀ,ନଗେନ୍ଦ୍ର କୁମାର ନନ୍ଦୀ ଶୋକ ପ୍ରକାଶ କରିଛନ୍ତି ।