ପାରଳାଖେମୁଣ୍ଡି: ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୪ ଜଣ ଗୋଶାଣି ବ୍ଲକରୁ ୫ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୯ ଜଣ, ମୋହନା ବ୍ଲକରୁ ୩ ଜଣ, ରାୟଗଡ ବ୍ଲକ ରୁ ୩ ଜଣ, ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟର ସେଣ୍ଟରକୁ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।