ଗଜପତିରେ କୋଭିଡ ଟିକାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ

0 72

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ ଟିକାକରଣ ପାଇଁ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଗଜପତି ଓ ଏକ୍ସନଏଡ଼ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାରେ ଆରମ୍ଭ କରାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନକୁ ଆଖି ଆଗରେ ରଖି କୋଭିଡ ସମୟରେ କୋଭିଡ କଟକଣାକୁ ମାନିବା ଓ ସମ୍ପୂର୍ଣ୍ଣ ଟିକାକରଣ କରି ନିର୍ବାଚନରେ ଭାଗ ନେବା ତତ୍‌ ସହିତ ୧୫ ରୁ ୧୮ ବର୍ଷ ବୟସର କିଶୋର ବାଳକ ଓ ବାଳିକାମାନଙ୍କୁ ଟିକାକରଣରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଳକକୁ ଯାଇ ସଚେତନ କରାଇବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଯୋଜନା ଅନୁଯାୟୀ ଉକ୍ତ ସଚେତନତା ରଥ ସହ ସ୍ୱାସ୍ଥ୍ୟ ବିଭାଗର ପାଞ୍ଚ ଜଣିଆ ଟିକାକରଣ ଟିମ ଘରକୁ ଘର ବୁଲି ଟିକାକରଣ କରାଇବେ । ଏଥି ସହିତ ବ୍ଳକସ୍ତରିୟ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ,ଅଙ୍ଗନବାଡି ଏଥିରେ ଯୋଗ ଦେଇ ସଚେତନତା ସହ ଟିକାକରଣ ଶୁନିଶ୍ଚିତ କରାଇବେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରକାଶ ଚନ୍ଦ୍ର ବେହୁରା,ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡକ୍ଟର ମହେନ୍ଦ୍ର କୁମାର ଭୂୟାଁ, ଜିଲ୍ଲା କୁଷ୍ଠ ରୋଗ ନିରାକରଣ ଅଧିକାରିଣୀ ଡକ୍ଟର ଇନ୍ଦିରା କୁମାରୀ ମହାପାତ୍ର,ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ନେତ୍ରାନନ୍ଦ ଶତପଥୀ, ସୁରକ୍ଷା ଅଧିକାରିଣୀ ଶ୍ରୀମତି କେ.ସୁନିତା, ସଖୀର କେନ୍ଦ୍ର ପରିଚାଳିକା ଶ୍ରୀମତି ବିଜୟ ଲକ୍ଷ୍ମୀ ନାୟକ, ଚାଇଲଡ଼ ଲାଇନ କେନ୍ଦ୍ର ର ପରିଚାଳକ ନାଗେଶ୍ୱର ଚୌଧୁରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଏକ୍ସନଏଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ପରିଚାଳନା କରିଥିଲା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × one =