ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ବୈଠକ

0 72

ପାରଳାଖେମୁଣ୍ଡି,୯/୧୧- ଗଜପତି ଜିଲ୍ଲାସ୍ତରୀୟ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଚଳିତବର୍ଷ ୦୯.୧୧.୨୦୨୨ ରିଖଠାରୁ ୦୮.୧୨.୨୦୨୨ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚିଠା ଭୋଟର ତାଲିକା ପ୍ରକାଶନ ଆଜି ଜିଲ୍ଲାର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା-୪,୩୨,୩୬୪, ପୁରୁଷ ଭୋଟର ସଂଖ୍ୟା-୨,୧୨,୨୫୨, ମହିଳା ଭୋଟର ସଂଖ୍ୟା -୨,୨୦,୦୯୮ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା -୧୪ ରହିଛନ୍ତି । ସେହିପରି ୧୩୬ – ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା-୨,୨୫,୯୮୧ ସେଥିରୁ ପୁରୁଷ ଭୋଟର ସଂଖ୍ୟା-୧,୧୦,୨୭୫, ମହିଳା ଭୋଟର ସଂଖ୍ୟା-୧,୧୫,୭୦୪ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା-୨ ରହିଛନ୍ତି । ସେହିପରି ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨,୦୬,୩୮୩ ସେଥିରୁ ପୁରୁଷ ଭୋଟର ସଂଖ୍ୟା ୧,୦୧,୯୭୭, ମହିଳା ଭୋଟର ସଂଖ୍ୟା ୧,୦୪,୩୯୪ ଓ ତୃତୀୟ ଲିଙ୍ଗ ୧୨ ରହିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥଲେ । ଚଳିତବର୍ଷ ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଯୁବବର୍ଗଙ୍କ ପାଇଁ ଭୋଟର ହେବାକୁ ପୂର୍ବରୁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା ମାତ୍ର ଏବେ ୪ ଥର ସୁଯୋଗ ମିଳିବ । ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବେ ଫର୍ମ -୬ ଯୋଗକରିବା, ଫର୍ମ -୭ ରେ ନାମକୁ ବାଦକରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟତା ବିବେଚିତ ଭୋଟର ମାନେ ଅନ୍‌ ଲାଇନ୍‌ ମାଧ୍ୟମରେ କିମ୍ବା ଭୋଟର ହେଲ୍ପ ଲାଇନ ଆପ୍‌ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଆପ୍‌ ମାଧ୍ୟମରେ ଫର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ତା ୧୨.୧୧.୨୦୨୨ ରିଖ (ଶନିବାର) ତା.୧୩.୧୧.୨୦୨୨ରିଖ (ରବିବାର), ତା.୨୬.୧୧.୨୦୨୨ରିଖ (ଶନିବାର) ଏବଂ ତା ୨୭.୧୧.୨୦୨୨ରିଖ (ରବିବାର)ଦିନ ପ୍ରତ୍ୟେକ ବୁଥ୍‌ ରେ ଦିବା ୧୦ ଘଟିକା ଠାରୁ ୫ ଘଟିକା ସମୟ ପ୍ରଯ୍ୟନ୍ତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ । ଜିଲ୍ଲାରେ ଥିବା ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଉଅଛି ଯେ ସେମାନେ ନିଜ ନିଜ ବୁଥସ୍ତରୀୟ ଏଜେଣ୍ଟ ମାନଙ୍କୁ ସମସ୍ତ ୫୭୩ ବୁଥରେ ନିୟୋଜିତ କରି ସହଯୋଗ କରାନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଭରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧୩୬- ମୋହନା (ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ଥିବା ୨୯୭ବୁଥ ମଧ୍ୟରୁ ୨୩୯ ବୁଥ ଏବଂ ୧୩୭ – ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଥିବା ୨୭୬ ବୁଥ ମଧ୍ୟରୁ ୧୮୯ ବୁଥ ର (ମୋଟ -୪୨୮) ଭୋଟ ଗ୍ରହଣ କେନ୍ଦ୍ରର ନାମକୁ ପରିବର୍ତ୍ତନ କରାଯାଇଛି । ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳ ମାନଙ୍କୁ ଅନୁରୋଧ କରାଯାଉଅଛି କି ଯୁବ ବର୍ଗର ଥିବା ୧୮-୧୯ ବର୍ଷର ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ନଟବର ଗରଡ଼ା, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଭୁଆଁ, ସୁଶାନ୍ତ ଚନ୍ଦ୍ର ମାଝୀଙ୍କ ସହ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ତଥା ବିଜେଡିରୁ ସୁରେଶ କୁମାର ମାଝୀ, ଭାରତୀୟ ଜନତା ପାର୍ଟିରୁ ସୋମନଥ କୁମାର ପାତ୍ର, କମ୍ୟୁନିଷ୍ଟ ପାର୍ଟିରୁ ଜି. ସୁରେଶ କୁମାର ରାଓ , ଭାରତୀୟ ଜାତୀୟ କଂଗ୍ରେସ ଓ ସମସ୍ତ ସାମ୍ବାଦିକ,ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =