ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

0 73

ପାରଳାଖେମୁଣ୍ଡି,୧୪/୧୧- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ତୁମୁଳ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ମିଳିତ ଏହି ଜନ ଅଭିଯୋଗ ଶୁଣାଣୀରେ ଗୁମ୍ମା ବ୍ଲକର ସେରଙ୍ଗୋ, ରାଗଡି, ଡୁମୁଡ଼ା ଓ ତୁମୁଳ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୬୪ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୩୧ ଗୋଟି, ଗ୍ରାମଭିତ୍ତିକ ସମସ୍ୟା ୩୩, ୨୯ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫୦୦୦/- ଟଙ୍କା ପ୍ରଦାନ କରାଯାଇଛି ଏବଂ ଅନ୍ୟ ସବୁ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନଅଭିଯୋଗ ଶୁଣାଣୀ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀ, ପିଏ ଆଇଟିଡିଏ ଫାଲଗୁନି ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ପ୍ରଦୀପ କୁମାର ପାତ୍ର, ଗୁମ୍ମା ଗୋଷ୍ଠି ଉନ୍ନୟନ ଅଧିକାରୀ ତହସିଲଦାର , ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଜୟଦ୍ରଥ ଆଚାର୍ଯ୍ୟ, ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × four =