ପାରଳାଖେମୁଣ୍ଡି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନେହେରୁ ଛକ ନିକଟରେ ୪୫ ତମ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଆକର୍ଷଣୀୟ ଭାବେ ମାଆଙ୍କ ପୂଜା ସାଜସଜ୍ଜା କରାଯାଇଛି । ଏହି ପୂଜା ୯ ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି । ସନ୍ଧ୍ୟା ସମୟରେ ଆଲୋକ ସଜ୍ଜାରେ ସହର ଝଲସି ଉଠୁଛି । ମାଆଙ୍କ ଆଳତୀ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ଭଜନ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ନେହେରୁ ଛକ କାଳୀ ପୂଜା କମିଟିର ଭରତ ଭୂଷଣ ମହାନ୍ତି, ଟୁକୁ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଅଶୋକ ଗନ୍ତାୟତ, ପ୍ରଣୋଜ ପଟ୍ଟନାୟକ, ଫିରୋଜ ପଟ୍ଟନାୟକ ପ୍ରମୁଖ ଏହି ପୂଜା କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି । ଚଳିତବର୍ଷ ମାଆ କାଳୀଙ୍କ ପୂଜାକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପ୍ରତ୍ୟେକ ଦିନର ନିୟମିତ ପୂଜା ବିଧି ଅନୁଯାୟୀ ପାଳନ କରାଯାଉଛି ।