ନିର୍ମାଣଧିନ ଶ୍ରମିକ ସଂଘ ଓ ପିସ ପକ୍ଷରୁ ଡେଙ୍ଗୁ ସଚେତନତା

0 63

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ମୋହନାସ୍ଥିତ ପିସ ଅନୁଷ୍ଠାନ ଓ ଆଞ୍ଚଳିକ ନିର୍ମାଣଧିନ ଶ୍ରମିକ ସଂଘ ପକ୍ଷରୁ ମୋହନା ସହରରୁ ଡେଙ୍ଗୁ ନିରାକରଣ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ବିଜୁ କଲ୍ୟାଣ ମଣ୍ଡପ ଠାରୁ ବାହାରିଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଓ ଶ୍ରମିକ ସଂଘର କର୍ମକର୍ତ୍ତାମାନେ ଡେଙ୍ଗୁର ମୂଳତ୍ପାଟନ ପାଇଁ ନିରାକରଣ ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଏହାପରେ ସମସ୍ତେ ସ୍ଥାନୀୟ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିସରରେ ଏକତ୍ରିତ ହୋଇ ଏକ କର୍ମଶାଳାର ଆୟୋଜନ କରିଥିଲେ । ଡେଙ୍ଗୁ ନିରାକରଣ ପାଇଁ ସମସ୍ତେ ସଜାଗ, ସହଯୋଗ, ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ପଲିଥିନ ବ୍ୟବହାର ନକରିବା, ଅଳିଆ ଆବର୍ଜନା ଏଣେତେଣେ ନପକାଇ ଡ଼ଷ୍ଟବିନରେ ପକାଇବା, ଲୋକଙ୍କୁ ସଚେତନ କରାଇବା ଉପରେ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବ୍ରହ୍ମପୁର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ତପସ୍ୱିନୀ ହାଁସଦା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା , ପିସ ଅନୁଷ୍ଠାନର ନିର୍ଦ୍ଦେଶକ ଭିକାରୀ ଚରଣ ବେହେରା , ଶିକ୍ଷାବିତ ମଧୁସୂଦନ ପାଢ଼ୀ , ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ସମାଜସେବୀ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ପିସି ଅନୁଷ୍ଠାନର କର୍ମକର୍ତ୍ତା ଓ ନିର୍ମାଣ ଶ୍ରମିକ ସଂଘର ଶ୍ରମିକମାନେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 13 =