ତର ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

0 48

ପାରଳାଖେମୁଣ୍ଡି,୪/୮:- ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତର ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୁଶ୍ରୀ ତରଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ମୋହନାବ୍ଲକ ଅନ୍ତର୍ଗତ ବଡଖାନି ଗ୍ରାମରେ ରହନ୍ତି । ଘରେ ୩ ଭଉଣୀ ଓ ୨ ଭାଇ ଅଛନ୍ତି, ବାପା ଜଣେ ଗରିବ କୃଷକ ଏଣୁ ନିଜ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ପାଠପଢିବାକୁ ଅସମର୍ଥ । ଏଣୁ ସୁଶ୍ରୀ ତର ପଢ଼ାପଢ଼ି କରିବାସହ ଅନ୍ୟ ସମୟରେ ବାପାଙ୍କୁ କୃଷି କାର୍ଯ୍ୟରେ ହଳକରିବା, ବୁଣିବା, ପ୍ରତିରୋପଣ କରିବାରେ ସାହାଯ୍ୟ କରନ୍ତି ଏବଂ ସ୍ଥାନୀୟ ହିଲ୍‌ ଟପ୍‌ ଡିଗ୍ରୀ ମହାବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷ ଇତିହାସ ବିଷୟରେ ଅଧ୍ୟୟନ କରନ୍ତି । ସନ୍ଧ୍ୟା ସମୟରେ ମାଁ ଙ୍କୁ ଘର କାମରେ ସାହାଯ୍ୟ କରିବା ସହିତ ପଢ଼ାପଢ଼ି କରନ୍ତି । ଭବିଷ୍ୟତରେ ଭଲ ପାଠ ପଢି ଇତିହାସ ଅଧ୍ୟାପକ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି । ଉଚ୍ଚଶିକ୍ଷା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ନିମନ୍ତେ ବହିପତ୍ର କିଣିବା, କୋଚିଂ ନେବା ପାଇଁ ପୋଷ୍ଟ ମେଟ୍ରିକ୍‌ ସ୍କଲାରସିପ ରାଶିରୁ ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ତରଙ୍କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବୀରେନ୍ଦ୍ର କୁମାର ଦାସ ୫୦ ହାଜର ଟଙ୍କା ଚେକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆର୍ଥିକ ସହାୟତା ପ୍ରଦାନ କରି ଭବିଷ୍ୟତରେ ଭଲ ପାଠ ପଢି ନିଜର ଲକ୍ଷ୍ୟପୂରଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପରିଡ଼ା ଓ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three − 1 =