ଗଜପତି ଜିଲ୍ଲା କଂଗ୍ରେସର ବିଜୟ ଉତ୍ସବ ପାଳିତ

0 49

ପାରଳାଖେମୁଣ୍ଡି,୧୪/୫:- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଦଳର ନେତା କର୍ମୀମାନେ ଉପସ୍ଥିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକ ରାଜ୍ୟର ବିଧାନସଭା ନିର୍ବାଚନରେ ସର୍ବମୋଟ ୨୨୪ସ୍ଥାନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ସମସ୍ତ ସ୍ଥାନର କଂଗ୍ରେସ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୩୬ଗୋଟି ସ୍ଥାନରେ କଂଗ୍ରେସ ଦଳ ବିପୁଳ ପରିମାଣର ଭୋଟ ପାଇ ବିଜୟୀ ହୋଇଥିଲେ । ଯାହାଫଳରେ କର୍ଣ୍ଣାଟକ ରାଜ୍ୟରେ କଂଗ୍ରେସ ସରକାର ଗଢିବା ନେଇ ସାରା ଭାରତରେ କଂଗ୍ରେସ ଦଳରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଖୁସିର ମାହୋଲରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଣ ଫୁଟାଇ ଖୁସି ଆନନ୍ଦ ଉଲ୍ଲାସର ସହିତ ମିଷ୍ଟାନ୍ନ ଖୁଆଖୋଇ ହୋଇ ଗୋଟିଏ ଆନନ୍ଦ ଉଲ୍ଲାସର ବାତାବରଣ ଗଜପତି ଜିଲ୍ଲା କଂଗ୍ରେସରେ ଦେଖିବାକୁ ମିଳିଥିଲା । ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, କୁନା ମାଝି, ମଫେଲ ସ୍ୱଲସିଂ, ଜାମିନ ସାହିଦ ରଫି, ସଂଗ୍ରାମ ସାହୁ, ବେର୍ନିକ ଗମାଙ୍ଗ, ଗୋବିନ୍ଦ ପାଢ଼ୀ ପ୍ରମୁଖ ନେତା କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − ten =