ମିଶନ ଜୀବିକା ପକ୍ଷରୁ ଧାନ କଳ ଓ ଚୂନା କଳ ବଣ୍ଟନ

0 90

ପାରଳାଖେମୁଣ୍ଡି,୩୦/୮- ଗଜପତି ଜିଲ୍ଲା ରାୟଗଡ ବ୍ଳକର ୨୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ୧୨ ଗୋଟି ଧାନ କଳ ଓ ୮ ଗୋଟି ଚୂନା କଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ । ପୂର୍ଣ୍ଣବାସୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝି, ରାୟଗଡ ବ୍ଳକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ଉଦ୍ୟାନ ବିଭାଗ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ପରିଚାଳକ ପ୍ରମୁଖ ଉପସ୍ଥିତ ରହି ଧାନ କଳ ଓ ଚୂନା କଳ ବଣ୍ଟନ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବାସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରି ଆତ୍ମନିର୍ଭରଶୀଳ ହୋଇପାରିବେ । ପରେ ଉଦ୍ୟାନ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ ଆମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 1 =