ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର

0 50

ଗଜପତି,୨୩/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ, ସିଡିଏମଓ ପ୍ରଦୀପ କୁମାର ପାତ୍ର, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ ବ୍ଳକର କର୍ମଚାରୀ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ଅଭିଯୋଗ ଶୁଣାଣିରେ ୧୦୫ ଗୋଟି ଅଭିଯୋଗ ଆସିଥିବାବେଳେ ବ୍ୟକ୍ତିଗତ ୭୦ ଗୋଟି, ସାମୁହିକ ୩୫ ଗୋଟି ଓ ତୁରନ୍ତ ସମାଧାନ ୩ ଗୋଟି ,ଆଉ ୧୦୨ ଗୋଟିର ତୁରନ୍ତ ସମାଧାନ ସକାଶେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

11 + 7 =