ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ

0 51

ଗଜପତି,୧୩/୨- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ପଦ୍ମପୁରସ୍ଥିତ ବିନୋଦିନି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ଅଧିକାରୀ ବିଜୟ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଭଗବତ ପାଢ଼ୀ ଓ କ୍ରିଷ୍ଣ । ରାଓ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ତାଙ୍କର ବକ୍ତବ୍ୟରେ ପିଲାମାନଙ୍କୁ ଆକର୍ଷିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ ସହଯୋଗ କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସୀତାରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

seven − one =