କୃଷି ବିଭାଗରେ କର୍ମଚାରୀ ଅଭାବ ପୂରଣ ହେବ କେବେ ?

0 135

ଗଜପତି,୨୧/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ପୂରଣ ହୋଇପାରୁନାହିଁ । ୩୫ ଗୋଟି ପଦବୀ ମଧ୍ୟରୁ ୧୧ ଗୋଟି ପଦବୀ ପୂରଣ ହୋଇଥିବାବେଳେ ୨୪ ଗୋଟି ପଦବୀ ଖାଲିପଡ଼ିଛି । ସେହିପରି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୫୧ ଗୋଟି ପୋଷ୍ଟ ମଧ୍ୟରୁ ୨୮ ଗୋଟି ପଦବୀ ପୂରଣ ରହିଥିବା ବେଳେ ୨୩ ଗୋଟି ପଦବୀ ଖାଲି ପଡ଼ିଛି । ସେହିପରି ଜିଲ୍ଲା କୃଷି ଅଧିକାରୀ ଉଦୟଗିରିରେ ୪୧ ଗୋଟି ପଦବୀ ମଧ୍ୟରୁ ୨୬ ଗୋଟି ପଦବୀ ପୂରଣ ଥିବା ବେଳେ ୧୫ ଗୋଟି ପଦବୀ ଖାଲି ପଡ଼ିଛି । ଜିଲ୍ଲାରେ ସମୁଦାୟ କୃଷି ବିଭାଗର ୧୨୭ ଜଣ କର୍ମଚାରୀ ମଧ୍ୟରୁ ୬୫ ଜଣ କର୍ମଚାରୀ ପୂରଣ ଥିବାବେଳେ ୬୨ ଗୋଟି ପଦବୀ ଖାଲି ପଡ଼ିଛି । ପାଖାପାଖି ୫୦% ପ୍ରତିଶତ କର୍ମଚାରୀ ଅଭାବ ରହିଛି ତା ସାଙ୍ଗକୁ ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରୁ ଦୀର୍ଘ ଦିନ ହେଲା ସେମାନଙ୍କୁ ବଦଳି ମଧ୍ୟ ହେଉନାହିଁ । ଯାହାଫଳରେ ଜିଲ୍ଲାରେ ବିକାଶରେ ବାଧକ ସାଜୁଛି । କର୍ମଚାରୀଙ୍କ ପଦୋନ୍ନତି ହୋଇ ପୁଣି ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।ଏପଟେ ସରକାର ୫ ଟି ମୋ ସରକାର ସ୍ୱଚ୍ଛତା, ସମାୟାନୁବର୍ତ୍ତିତା, ଦୁର୍ନୀତିମୁକ୍ତ କହୁଥିବାବେଳେ କର୍ମଚାରୀଙ୍କୁ ବଦଳି ନ ହେବା ଚାଷୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ପର୍ବତ ଘେରା ଅଞ୍ଚଳ ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି କିନ୍ତୁ ଯଦି କୃଷି ବିଭାଗରେ କର୍ମଚାରୀଙ୍କର ଅଭାବ ରହେ ତେବେ ସରକାରଙ୍କ ଯୋଜନା କିପରି ଚାଷୀ ପାଖରେ ପହଞ୍ଚି ପାରିବ, ଚାଷୀ ସରକାରଙ୍କ ଯୋଜନା ଉପରେ ଜାଣିପାରିବେ ସରକାରଙ୍କ ଯୋଜନା ଫଳପ୍ରଦ ହେବ ଜିଲ୍ଲାରେ ବିକାଶ ତ୍ୱରାନ୍ୱିତ ହେବ ତା ଉପରେ କୌଣସି ରାଜନୀତିଜ୍ଞ, କୌଣସି ରାଜନେତାଙ୍କ ସ୍ୱର ଉଠୁନଥିବା ଦେଖିବାକୁ ମିଳିଛି । କି ନେତା ମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ସମସ୍ୟାକୁ ନେଇ ଉପସ୍ଥାପନ କରିପାରୁନାହାଁନ୍ତି । ତୁରନ୍ତ କୃଷି ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ସାଙ୍ଗକୁ ଦୀର୍ଘଦିନ ହେଲା ବିଭାଗରେ କ୍ଷେତ୍ର କର୍ମଚାରୀ ଏବଂ ଅଫିସ କର୍ମଚାରୀ ବଦଳି ହେଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଚାଷୀକୂଳ ଅଭିଯୋଗ କରିଛିି । ତେଣୁ ରାଜ୍ୟ ସରକାର ହେଉ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୁଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

2 × four =