ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

0 47

ପାରଳାଖେମୁଣ୍ଡି,୩/୩- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫରେନସ ହଲ ଠାରେ ଜିଲ୍ଲାସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଗତ ୧ ତାରିଖରୁ ଆରମ୍ଭ ହୋଇଥିଲା । କାଶୀ ନଗର ବ୍ଲକ , ଗୁମ୍ମା ବ୍ଲକ ଓ ଗୋଶାଣୀ ବ୍ଲକର ୨୦ ଜଣ କୁକୁଡ଼ା ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ଭେଟେନେରୀ ଡକ୍ଟର ବିଦ୍ୟୁତ ଶେଖର ମିଶ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ନାରାୟଣ ମହାପାତ୍ର, ଡକ୍ଟର ତରୁଣେନ୍ଦୁ ପାତ୍ର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ରୟଲର କୁକୁଡ଼ା ପାଳନ ଉପରେ ଚାଷୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ କୁକୁଡ଼ା ପାଳନ, ଅଳ୍ପ ଖର୍ଚ୍ଚ କରି କିପରି ଅତ୍ୟଧିକ ଲାଭବାନ ହେବେ ତା ଉପରେ ତାଲିମ ପ୍ରଦାନ କରାଯାଇଛି । କୁକୁଡ଼ା ମାନଙ୍କ ବିଭିନ୍ନ ପ୍ରକାର ରୋଗର ପ୍ରତିଷେଧକ ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ । ଆଜି ଶେଷ ଦିନରେ କୁକୁଡ଼ା ଚାଷୀ ମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଶେଷରେ ତାଲିମ ପାଇଥିବା କୁକୁଡ଼ା ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡକ୍ଟର ଅଭିଜିତ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

18 − 4 =