କାଦପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

0 580

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଜୟ ଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ଶ୍ରୀଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କିଆକଟା ସରପଞ୍ଚ ଗାୟତ୍ରୀ ବେହରା ଓ ତାଙ୍କ ସ୍ୱାମୀ ସୁବ୍ରତ ପ୍ରଧାନ ଦାୟିତ୍ୱ ତୁଲେଇଥିବା ବେଳେ ପୂଜକ ଭାବେ ହରିହର ପାଢୀ ଦାୟିତ୍ୱ ନିର୍ବାହ କରିଥିଲେ । ଦିବା ୧୨ ଘଣ୍ଟିକାରେ ପୂଜା କାର୍ଯ୍ୟ ଶେଷ ହୋଇଥିବା ବେଳେ ଅପରାହ୍ନ ସାଢେ ଗୋଟାଏରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ।

ସେହିପରି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମହେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଆଶା କୁମାରୀ ଯୋଗ ଦେଇଥିଲେ । ସେହିପରି ବାସୁଦେବପୁର ସରପଞ୍ଚ ମୋତିଲାଲ ଭୋକ୍ତା ଓ ଟୁସରର ପୂର୍ବତନ ସରପଞ୍ଚ ଯୋଗ ଦେଇଥିଲେ । କିଆକଟା ସରପଞ୍ଚଙ୍କ ତତ୍ତ୍ୱାବଧନାରେ ମୁଖ୍ୟ ଅତିଥି ଶ୍ରୀ ସାହୁ ରିବନ କାଟି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍‌ ଅର୍କେଷ୍ଟ୍ରା ଦ୍ୱାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗ୍ରାମ ତଥା ଆଖାପାଖ ଗ୍ରାମର ଶତାଧିକ ଦର୍ଶକୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

hiring


ଆଜି ସକାଳୁ ଅଗ୍ରପୂଜ୍ୟ ବିଘ୍ନରାଜଙ୍କ ଭଷଣା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ଗ୍ରାମର ଉପର ମୁଣ୍ଡରୁ ଆରମ୍ଭ ହୋଇ ମହାନଦୀ ପର୍ଯ୍ୟନ୍ତ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।


ଗଣେଶ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରଖରରେ ସମାପନ କରିବା ପାଇଁ କ୍ଲବର ସଭାପତି ଅଗସ୍ତି ପ୍ରଧାନ, ସୁମନ୍ତ ପ୍ରଧାନ, ସ୍ୱରାଜ ଚାଉଳିଆ, ଗିରିଶ, ଡେନୁ, ଶ୍ରୀକାନ୍ତ, ରାଣା, ଜୀବନ ଦେହୁରୀ, ତାପସ୍‌ ପ୍ରଧାନ, ସଚିନ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − fourteen =