ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜନୋତ୍ସବ ଉପରେ ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଏ ବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉ କି ଗାଁ ଗଣେଶ ପୂଜା ପାଇଁ ଅନୁମତି ନାହିଁ । ସହରାଞ୍ଚଳରେ ଆକସ୍ମିକ ଯାଞ୍ଚ କରାଯିବାର ବ୍ୟବସ୍ଥା କରାଯିବ । କରୋନା ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଇଥିବାରୁ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ପଡିଲେ ସଟଡାଉନ ଭଳି କଠୋର ପଦକ୍ଷେପ ମଧ୍ୟ ନିଆଯିବ । ତେବେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଗଣେଶ ପୂଜା ପାଳନ ହେବ କି ନା ଜିଲ୍ଲାପାଳ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।