ସିଲ୍କସିଟି ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଚଗୀତରେ ଝୁମିଲେ ଦର୍ଶକ ମଣ୍ଟୁ ଛୁରିଆ, ଉଦିତ ଓ ଆଦିତ ନାରାୟଣଙ୍କ ଗୀତ ଦର୍ଶକଙ୍କ ମନ ମୋହିଲା

0 115

ଗଞ୍ଜାମ/ବ୍ରହ୍ମପୁର,୧୬/୧:- ବ୍ରହ୍ମପୁର ସିଲକ ସିଟି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶୀତ ବଢ଼ିବା ସହ ବଢୁଛି ଦର୍ଶକଙ୍କ ଭିଡ଼ । ଶୀତୁଆ ସନ୍ଧ୍ୟାରେ ବହୁ ସ୍ଥାନୀୟ କଳାକାରଙ୍କ ନୃତ୍ୟ ଦେଖି ମଜା ନେଉଥିଲେ ଦର୍ଶକ । ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ନୃତ୍ୟ ଏଠାରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଛି । ବହୁ ଜିଲ୍ଲାର ଲୋକଙ୍କ ଉପସ୍ଥିତ ବ୍ରହ୍ମପୁର ସିଲକି ସିଟି ମହୋତ୍ସବକୁ ଏକ ସ୍ୱତନ୍ତ୍ର ନୂଆ ରୂପ ଦେଇଛି । ତୃତୀୟ ସନ୍ଧ୍ୟାରେ ମହୋତ୍ସବ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏସ ରାଜେଶ୍ୱରୀ ଦୋରା, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଅତିଥିଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓଡ଼ିଶା ଯୋଜନା ବୋର୍ଡ଼ ସଦସ୍ୟ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡେ଼ପୁଟି ମେୟର ଇ ବିବେକ ରେଡି ,ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମହୋତ୍ସବ ଭାଇଚାରା ଓ ସଂସ୍କୃତିର ସମ୍ମିଳନୀ । ଚାଷ ଠାରୁ ଆରମ୍ଭ କରି ହସ୍ତତନ୍ତ ଓ ମହିଳାଙ୍କ ସାମଗ୍ରୀ, ଖାଦ୍ୟପେୟ ଆଦି ସ୍ୱାଦିଷ୍ଟ ସାମଗ୍ରୀ ଏଠାରେ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାରଙ୍କ ନୃତ୍ୟ ଅତି ପ୍ରଶଂସନୀୟ । ସମସ୍ତେ ମହୋତ୍ସବ ଉପଭୋଗ କରିବାକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ କହିଥିଲେ । ବ୍ରହ୍ମପୁର ମହୋତ୍ସବ ବିଭିନ୍ନତା ମଧ୍ୟରେ ଏକତା ଜାଗ୍ରତ କରୁଛି ବୋଲି ସେ କହିଥିଲେ । ଦ୍ୱିତୀୟଥର ପାଇଁ ଓଡ଼ିଶାରେ ବିଶ୍ୱ ହକି କପ ଖେଳ ହେଉଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଜି ହକି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ବିହୁ, ଆଧୁନିକ ନୃତ୍ୟ ମଧ୍ୟ ହୋଇଥିଲା । ଆଜିର ସନ୍ଧ୍ୟାରେ ଓଡ଼ିଆ ଗୀତିକାର ମଣ୍ଟୁ ଛୁରିଆ, ହିନ୍ଦୀ ଗୀତାକାର ଉଦିତ ନାରାୟଣ, ଆଦିତ୍ୟ ନାରାୟଣଙ୍କ ଗୀତରେ ମନମୋହିତ ହେଲେ ଦର୍ଶକ । ହେଲୋ ବ୍ରହ୍ମପୁର କହି ମଞ୍ଚ ଉପରକୁ ପ୍ରବେଶ କଲେ ମଣ୍ଟୁ ଛୁରିଆ । ପ୍ରଥମ ଗୀତ ଆମେ ସମ୍ବଲପୁରିଆବାବୁ ଗୀତରେ ହଜାର ହଜାର ଦର୍ଶକଙ୍କୁ ନଚାଇଥିଲେ । ପରେ ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର ବିଦ୍ୟା ରାଣ ଧନ ତମେ ଭାରି ସୁନ୍ଦର ,ସେଲ୍ଫି ବେବୋ ଗୀତରେ ଦର୍ଶକକୁ ନଚାଇଥିଲେ । ସେହିପରି ଉଦିତ ନାରାୟଣ ବହୁ ଗୀତ ଗାଇ ଦର୍ଶକଙ୍କୁ ମନମୋହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + fifteen =